Advertisment

ଜନ୍ମରୁ ଦୃଷ୍ଟିବାଧିତ : ବିନା ଗୁରୁରେ ନାକରେ ଚମତ୍କାର ବଂଶୀ ବଜାନ୍ତି କୃଷ୍ଣଚନ୍ଦ୍ର

୭୦ ବର୍ଷୀୟ କୃଷ୍ଣଚନ୍ଦ୍ର କେବେବି ବଂଶୀ ଦେଖିନାହାଁନ୍ତି, କେବଳ ଯାହା ତାକୁ ଅନୁଭବ କରିଛନ୍ତି

ଅଦ୍ୟତନ ହୋଇଛି
ଜନ୍ମରୁ ଦୃଷ୍ଟିବାଧିତ : ବିନା ଗୁରୁରେ ନାକରେ ଚମତ୍କାର ବଂଶୀ ବଜାନ୍ତି କୃଷ୍ଣଚନ୍ଦ୍ର

Salepur

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ) : ଜନ୍ମରୁ ହିଁ ଦୃଷ୍ଟିବାଧିତ । ସେ ଦୁନିଆଁକୁ ଦେଖି ନାହାନ୍ତି । ହେଲେ ବଂଶୀର ସୁମଧୁର ସ୍ଵର ତାଙ୍କୁ ପିଲାଟି ବେଳୁ ହିଁ ବଂଶୀ ବାଦନ ପାଇଁ ଆକର୍ଷିତ କରିଛି। ତେବେ ସାଧାରଣତଃ ସମସ୍ତେ ବଂଶୀକୁ ମୁହଁରେ ଫୁଙ୍କି ଥାଆନ୍ତି । ହେଲେ କିଶନ ନଗରର କୃଷ୍ଣଚନ୍ଦ୍ର ନାକରେ ବଂଶୀ ବାଦନ କରନ୍ତି । ବିନା ଗୁରୁରେ କେବଳ ଶୁଣିଶୁଣି ନାକରେ ବଂଶୀ ବାଦନ କରୁଛନ୍ତି ଦୃଷ୍ଟିବାଧିତ ବ୍ୟକ୍ତି ।

Advertisment

କଟକ କିଶନନଗର ଥାନା ପାଖ ରାମଚନ୍ଦ୍ରପୁର ଗାଁର କୃଷ୍ଣଚନ୍ଦ୍ର କବି। ବୟସ ଆସି ୭୦ ଛୁଇଁଲାଣି । ଜନ୍ମରୁହିଁ ଦୃଷ୍ଟି ଶକ୍ତି ହରାଇଛନ୍ତି । ସେ ବିବାହ କରିନାହାନ୍ତି । ଏତେ ବଡ଼ ଦୁନିଆରେ ନିଜର ବୋଲି କେହି ନାହିଁ । ପଡିଶା ଓ ଭାଇମାନଙ୍କ ସହ ମିଶି ଜୀବନ ବିତାଇ ଦେଲେଣି । ସକାଳୁ ସଂଜ ଯାଏଁ ବଂଶୀ ଟିଏ ଧରି ବୁଲୁଥାନ୍ତି । ଆଉ ବେଶ୍ ଚମତ୍କାର ଭାବେ ନାକରେ ହିଁ ବଜାନ୍ତି କୃଷ୍ଣଚନ୍ଦ୍ର । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ହେଉଛି ବଂଶୀ । ସେ ଭାବ ଦିଅନ୍ତି ଆଉ ଆପେ ଆପେ ତାଙ୍କ ବଂଶୀରୁ ବାହାରେ ଅନର୍ଗଳ ଭକ୍ତିଭାରା ସ୍ଵର । ସେ ବଂଶୀବାଦନ କେଉଁଠୁ ଶିଖିନାହାନ୍ତି ହେଲେ ଆପେ ଆପେ ସେ ବଂଶୀ ବଜାଉଥିବା କହିଛନ୍ତି କୃଷ୍ଣଚନ୍ଦ୍ର।

Advertisment

ବଂଶୀ ସହିତ କୃଷ୍ଣଚନ୍ଦ୍ରଙ୍କ ସମ୍ପର୍କ ପାଖାପାଖି ୬୦ ବର୍ଷରୁ ଉର୍ଦ୍ଧ। ସେ କେବେବି ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ଦେଖିନାହାନ୍ତି। ହେଲେ ବଂଶୀ ରେ ହିଁ ତାଙ୍କୁ ଅନୁଭବ କରିଛନ୍ତି । ଦୁନିଆଁ ଦେଖିନଥିବା ଏହି ନିଆରା ବଂଶୀବାଦକଙ୍କ ନା କାହା ଉପରେ କିଛି ଅଭିମାନ ନା ଅବଶୋଷ । ତେବେ ଜୀବନର ଶେଷ ସମୟରେ ସରକାରଙ୍କ ସଂସ୍କୃତି ବିଭାଗ ଯଦି ତାଙ୍କ ଉପରେ ଦୟା ପରବସ ହୋଇ କଳାକାର ଭତ୍ତା ଟିକକ ଦିଅନ୍ତେ ତେବେ ଶେଷ ଜୀବନ ସେ ଭଲରେ କାଟି ପରନ୍ତେ ବୋଲି ତାଙ୍କ ସାନଭାଇ କହିଛନ୍ତି ।

Odisha Cuttack Salepur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ