Advertisment

ମୌସୁମୀ ବର୍ଷା ସତ୍ତ୍ୱେ ଘନ ଘନ ବିଜୁଳି କାଟ୍ ! ତାତିଲା କଂଗ୍ରେସ, ରାଜ୍ୟବ୍ୟାପୀ ବିକ୍ଷୋଭ

କେବଳ ବିଜୁଳି କାଟ୍ ନୁହେଁ, ବିଜୁଳି ଦର ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ଏବଂ ଦୁର୍ବଳ ଭିତ୍ତିଭୂମିକୁ ନେଇ ମଧ୍ୟ ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ।

power cut

power cut

Advertisment

ଲଘୁଚାପ ବର୍ଷା ପ୍ରଭାବରେ ଅସହ୍ୟ ଗରମରୁ ତ୍ରାହି ମିଳିଛି ସତ ହେଲେ ବନ୍ଦ ହୋଇନି ବିଜୁଳି ଯନ୍ତ୍ରଣା । ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କଟୁଛି । ଏହା ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ କରିଛି ବିକ୍ଷୋଭ। ଉତ୍ତ୍ୟକ୍ତ କର୍ମୀ ଟାଟା ପାୱାର ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ ବି କରିଛନ୍ତି । ସେପଟେ ଟାଟା ପାୱାରର ସେଇ ସମାନ ସଫେଇ, କାଳବୈଶାଖୀ ଓ ଜୋରରେ ପବନ ହେଲେ ବିଜୁଳି ବିଭ୍ରାଟ ହେଉଛି ଏବଂ ତାକୁ ସଜାଡିବାକୁ ସମୟ ଲାଗୁଛି। ...

Advertisment

ବିଦ୍ୟୁତ ବିଭ୍ରାଟକୁ ନେଇ ନୟାଗଡରେ ଟମାଟୋ ମାଡ.. ଟାଟା ପାୱାର ଅଫିସକୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଛି । ସାରା ରାଜ୍ୟରେ ବାରମ୍ବାର ଅଘୋଷିତ ବିଜୁଳି କାଟ୍ କୁ ନେଇ କଂଗ୍ରେସର ଜୋରଦାର ପ୍ରତିବାଦ। କେନ୍ଦ୍ରାପଡା.. କଟକରୁ କୋରାପୁଟ, ନୟାଗଡରୁ ନବରଙ୍ଗପୁର, ସବୁଠି ଗୋଟିଏ ଦାବି, ବନ୍ଦ ହେଉ ବିଜୁଳି କାଟ୍ । ଟାଟା ପାୱାର ବିରୋଧରେ ତେଜିଛି ସ୍ବର। ବାଇଟ- ଦିଲୀପ କୁମାର ବିଷୋଇ, ଛାତ୍ର କଂଗ୍ରେସ, ନୟାଗଡ..

ନୟାଗଡରେ ଟାଟା ପାୱାର ଅଫିସ୍ ଆଗରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି। ଅଫିସକୁ ଅଣ୍ଡା ଓ ଟମାଟୋ ମାଡ ବି ହୋଇଛି। କେନ୍ଦ୍ରାପଡା ଓ ମାଲକାନଗିରିରେ ବି ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ନାରାବାଜି କରିବା ସହ ଅଣ୍ଡା ଓ ଟମାଟୋ ମାଡ କରିଛି କଂଗ୍ରେସ। ଜିଲ୍ଲାରେ ବିଦ୍ୟୁତ୍ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ, ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ୍ ବିଲ ଆଦାୟ ଏବଂ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ କରିବାକୁ ଦାବି ହୋଇଛି।

Advertisment

ବ୍ରହ୍ମପୁର, କଟକ.. ନାରାବାଜି.. ବିକ୍ଷୋଭ.. ଧାରଣା.. ଶୋଭାଯାତ୍ରା। ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଦିନ ତମାମ ଚାଲିଥିଲା ପ୍ରତିବାଦ। ବ୍ରହ୍ମପୁର, କଟକ, ମାଲକାନଗିରି, କୋରାପୁଟ, ବାଲେଶ୍ବର, ଜଗତସିଂହପୁର, ରାୟଗଡା ଏବଂ ସମ୍ବଲପୁର, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଉପଭୋକ୍ତା ମାରଣ ନୀତି ବନ୍ଦ କରିବାକୁ ଟାଟା ପାୱାରକୁ ଚେତାବନୀ ଦିଆଯାଇଛି।.. ସେପଟେ ଟାଟା ପାୱାର ପକ୍ଷରୁ ଦୋହରାଯାଇଛି ସମାନ କଥା। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଜୁଳି ବିଭ୍ରାଟ ଘଟୁଥିବା ଏବଂ ସଜାଡିବାକୁ ସମୟ ଲାଗୁଥିବା କହିଛନ୍ତି କର୍ତ୍ତୃପକ୍ଷ । କେବଳ ବିଜୁଳି କାଟ୍ ନୁହେଁ, ବିଜୁଳି ଦର ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ଏବଂ ଦୁର୍ବଳ ଭିତ୍ତିଭୂମିକୁ ନେଇ ମଧ୍ୟ ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ।

ଏପରିକି ଜୟପୁରରେ ବାରମ୍ବାର ଅଭିଯୋଗ ପରେ ବି ଅଧିକ ବିଲ୍ ଆସୁଥିବାରୁ କଂଜୁମର କୋର୍ଟରେ ମାମଲା କରିଛନ୍ତି ଆଇନଜୀବୀ ଦେବାଶିଷ ମହାନ୍ତି।...

Advertisment
TATA Power Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ