ଥରିଲା ଓଡ଼ିଶା, ୪ ଜିଲ୍ଲାରେ ଭୂକମ୍ପ

ରାଜ୍ୟର ୪ ଜିଲ୍ଲାରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ  ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି।

Earthquake In Odisha

ରାଜ୍ୟର ୪ ଜିଲ୍ଲାରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ  ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂକମ୍ପ ର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି।  ଭୂକମ୍ପର ଗଭୀରତା ୧୦ କି.ମି. ଥିଲା।  ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା।