ଓଲଟିଲା ଯାତ୍ରୀବାହୀ ବସ : ଚାଲିଗଲା ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଜୀବନ, ୪ ଗୁରୁତର

ଗତକାଲି ରାତିରେ ବଡ଼ ସଡ଼କ ଦୁର୍ଘଟଣା , ଜଣେ ମୃତ

bus accident

ଦଶହରାରେ ଅଘଟଣ l ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଗୋଡିବିଡା ଠାରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର କଲ୍ୟାଣୀ ପଣ୍ଡା l ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି l

ଗତକାଲି ଭଞ୍ଜନଗରରୁ ଦଶପଲ୍ଲା ଆସୁଥିବା କାଳେଶ୍ୱର ନାମକ ବସ ନୟାଗଡ଼ ଦଶପଲ୍ଲା ଥାନା ଗୋଡିବିଡାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ଦଶପଲ୍ଲା ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର ‌ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଆହତମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ତେବେ ଦୁଃଖର ବିଷୟ ଘଟଣାସ୍ଥଳରେ ଦଶପଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କର ମୃତ୍ୟୁ ଘଟିଛି । ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ସବାର ଥିଲେ ବୋଲି ଜଣାପଡ଼ିଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।