Advertisment

ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣା : ଖୋଜାଖୋଜି ବେଳେ ଡ୍ରେନରୁ ମିଳିଲା ଏକ ମୃତଦେହ; ଚିହ୍ନଟ ଉଦ୍ୟମ

ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମୃତଦେହ ଚିହ୍ନଟ ପାଇଁ ଏମ୍ସ ଯାଉଛନ୍ତି ନିକଟ ସମ୍ପର୍କୀୟ । ଉଦ୍ଧାର ମୃତଦେହରେ କ୍ଷତ ଚିହ୍ନ ଥିବା କହିଲେ ଉଦ୍ଧାରକାରୀ ଦଳ ।

ଅଦ୍ୟତନ ହୋଇଛି
Student Goes Missing In Bhubaneswar Drain

Student Goes Missing In Bhubaneswar Drain

Advertisment

ଭୁବନେଶ୍ୱର: ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମୃତଦେହ ଚିହ୍ନଟ ପାଇଁ ଏମ୍ସ ଯାଉଛନ୍ତି ଡ୍ରେନରେ ଭାସିଯାଇଥିବା ଛାତ୍ରଙ୍କ ନିକଟ ସମ୍ପର୍କୀୟ । ଉଦ୍ଧାର ମୃତଦେହରେ କ୍ଷତ ଚିହ୍ନ ଥିବା କହିଛନ୍ତି ଉଦ୍ଧାରକାରୀ ଦଳ ।

Advertisment

ସୂଚନାଯୋଗ୍ୟ ଗତକାଲି ଡ୍ରେନରେ ଭାସିଯାଇ ନିଖୋଜ ଅଛନ୍ତି ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ସମ୍ପୃକ୍ତ ଛାତ୍ର ଟ୍ୟୁସନ ଯିବା ବାଟରେ ଏହି ଅଘଟଣ ଘଟିଥିଲା । ପ୍ରବଳ ବର୍ଷା ଯୋଗୁ ଖୋଲା ଡ୍ରେନ୍‌ରେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହେଉଥିଲା। ଏହି ସମୟରେ କୌଣସି କାରଣ ଯୋଗୁ ଛାତ୍ର ଜଣକ ପାଣି ସୁଅରେ ଭାସି ଯାଇଥିଲେ। ଗତକାଲି ରାତି ସାଢ଼େ ୧୦ଟା ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ନିରାଶ ହୋଇଥିଲେ ।

Advertisment

ଛାତ୍ରଙ୍କ ନିଖୋଜ ଘଟଣାକୁ ନେଇ ଗତକାଲି ରାଜରାସ୍ତାକୁ ଓହ୍ଲାଇ ଥିଲା କଂଗ୍ରେସ। ‌ ଗଣ୍ଡମୁଣ୍ଡା ଛକରେ ଛାତ୍ର କଂଗ୍ରେସ କର୍ମୀ ରାସ୍ତାରୋକ କରିଥିଲା । ବିଏମ୍‌ସିରେ ଡ୍ରେନେଜ୍ ସିଷ୍ଟମ୍ ବିଗିଡ଼ିବା ଓ ପ୍ରଶାସନର ଖାମଖିଆଲ ବ୍ୟବହାରକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ର କଂଗ୍ରେସ କର୍ମୀ। ତେବେ ଆଜି ପୁଣିଥରେ ନୂଆଷ୍ଟ୍ରାଟେଜି ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ବୋଟ୍ ନିୟୋଜିତ ହୋଇଥିଲା । ଯେଉଁଠି ଜ୍ୟୋତି ନିଖୋଜ ହୋଇଥିଲେ ସେ ସ୍ଥାନରେ ନୁହେଁ ବରଂ ଆଇଟିଇଆର ପଛ ପଟ ନାଳରୁ ବୋଟ୍ ଯୋଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

Odisha Accident BMC Mismanagement Student Swept Away In Drain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ