Advertisment

ମୂର୍ତ୍ତି ଉଚ୍ଚତା ବିବାଦ: ହାଇକୋର୍ଟକୁ ଗଲା ମାମଲା

ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା। ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ୫ ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ କୋର୍ଟରେ ହୋଇଛି ଆବେଦନ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍‌ସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

undefined

durga puja

Advertisment

କଟକ: ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା। ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ୫ ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ କୋର୍ଟରେ ହୋଇଛି ଆବେଦନ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍‌ସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Advertisment

ସୂଚନା ଅନୁସାରେ, ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ ହେଉଛି। ଗତକାଲି ରାଜରାସ୍ତାକୁ ଓହ୍ଲାଇଥିଲା କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ।

Advertisment

ସେପଟେ, ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି। ଫଳରେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କ ରହିଛି।

ଅନ୍ୟ ରାଜ୍ୟରେ ମଧ୍ୟ ମୂର୍ତ୍ତି ଉଚ୍ଚତା ନେଇ କଟକଣା ରହିଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସଂକ୍ରମଣ ରୋକିବା ଲାଗି ମୂର୍ତ୍ତି ଉଚ୍ଚତା କମ୍ କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ମୂର୍ତ୍ତି ଉଚ୍ଚତା ବଢ଼ିଲେ ସାଜସଜ୍ଜା ବଢ଼ିବ ଓ ଆକର୍ଷଣ ବଢ଼ିବ। ସେ କହିଛନ୍ତି, ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ ଓ ଭଲ ଭାବରେ ସାଜସଜ୍ଜା ହେଲେ ନିଶ୍ଚିତ ଭାବରେ ଲୋକମାନେ ଆକର୍ଷିତ ହୋଇ ଆସିବେ ଓ ଏକତ୍ରିତ ହେବେ। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ଥମିବାରେ ନା ନେଉନାହିଁ।

Advertisment
Odisha DurgaPuja2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ