Advertisment

କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ !

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା।

ଅଦ୍ୟତନ ହୋଇଛି
Duplicate Medicines Allegedly Supplying In Cuttack

Duplicate Medicines Allegedly Supplying In Cuttack

Advertisment

କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ ! ଏମିତି କିଛି  ଚାଞ୍ଚଲ୍ୟକର ଖବର ଏବେ ସାମ୍ନାକୁ ଆସିଛି। କଟକରେ ନକଲି ମେଡିସନ୍ ଯୋଗାଣ ଅଭିଯୋଗ ପରେ ହୋଇଥିବା ଚଢ଼ାଉ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା। ମେଡିସିନ୍ ଷ୍ଟକିଷ୍ଟରୁ ସାମ୍ପଲ୍ ସଂଗ୍ରହ କରି ପରୀକ୍ଷଣ ପାଇଁ ଡ୍ରଗ୍ କଣ୍ଟ୍ରୋଲର ପଠାଇଛନ୍ତି। ଯେଉଁସବୁ ସ୍ଥାନକୁ ଏହି ମେଡିସନ୍ ଷ୍ଟକ୍‌ ପଠାଯାଇଛି, ସେସବୁକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, କିଛି ମାସ ପୂର୍ବେ କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଥିଲା। ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଫ୍ୟାକ୍ଟ୍ରି ଉପରେ ରେଡ୍ କରାଯାଇଥିଲା। ସେଠାରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ମୃଦୁ ପାନୀୟ ପ୍ୟାକିଂ କରାଯାଉଥିବା ଦେଖିବାକୁ ମିଳିଥିଲା। 

Advertisment

କେବଳ ଯେ ମୃଦୁ ପାନୀୟ ତା’ ନୁହେଁ, ଏହା ପୂର୍ବରୁ ନକଲି ସସ୍‌, ଲଙ୍କାଗୁଣ୍ଡ, ଘିଅ, ହଳଦୀ, ମସଲା ଆଦି କଟକରୁ ଜବତ ହୋଇଥିବା ନଜରକୁ ଆସିଛି। 

Duplicate Medicines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ