କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି। ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି ଅଭିଯୋଗରେ କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ଏକ ଆକ୍ୱାଗାର୍ଡ ଗୋଦାମରେ ରେଡ୍ ପୋଲିସ୍ ରେଡ୍ କରିଥିଲା।
କମିଶନରେଟ୍ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଏହି ରେଡ୍ ହୋଇଥିଲା। ରେଡ୍ ବେଳେ ବିପୁଳ ପରିମାଣର ଆକ୍ୱାଗାର୍ଡ ମେସିନ୍ ଓ ନକଲି ଯନ୍ତ୍ରପାତି ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ୨ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ନକଲି ଆକ୍ୱାଗାର୍ଡ ଷ୍ଟିକର ଲଗାଇ ଆକ୍ୱାଗାର୍ଡ କମ୍ପାନୀ ନାଁରେ ଏମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଜୋନ୍ ୬ର ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ‘ଡୁପ୍ଲିକେଟ୍ ଆକ୍ୱାଗାର୍ଡ ମେସିନ୍ ବ୍ୟବସାୟ ଚାଲିଥିବା ନେଇ ସୂଚନା ମିଳିବା ପରେ ରେଡ୍ ହୋଇଥିଲା। ଅରିଜିନାଲ୍ ରେଟ୍ରେ ମାର୍କେଟ୍କୁ ଡୁପ୍ଲିକେଟ୍ ଜିନିଷ ଛଡ଼ା ଯାଉଥିଲା’।