Special story
ତୁଟୁନି ବିଏମସି ଡମ୍ପିୟାର୍ଡ ବିବାଦ । ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିୟାର୍ଡରେ ବିଏମସି ଅଳିଆ ପକାଇବା ଘଟଣା ଏବେବି ଅସ୍ପଷ୍ଟ ରହିଛି । ଗତକାଲି ଦାରୁଠେଙ୍ଗ ପଞ୍ଚାୟତର ଗ୍ରାମସଭାରେ ବାହାରି ପାରିନି ନିଷ୍କର୍ସ । ଆଜି ପୁଣିଥରେ ଗ୍ରାମସଭା ଡକାଯାଇଛି । ବିଏମସି ପକ୍ଷରୁ ଅଳିଆ ପକାବାକୁ ଗ୍ରାମବାସୀଙ୍କୁ ସମୟ ମଗାଯାଇଥିବା ବେଳେ ଏଥିରେ ରାଜି ହୋଇନାହାନ୍ତି ଗ୍ରାମବାସୀ ।
ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଦାରୁଠେଙ୍ଗ ଏବଂ ବିଏମସି ମଧ୍ୟରେ ଏହି ବିବାଦ ଲାଗି ରହିଛି । କିଛି ଦିନ ତଳେ ଏକ ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ୨୦ ଦିନ ହେଲାଣି ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଆବର୍ଜନା ଯାଇପାରୁନାହିଁ । ଆଜି ବୈଠକରେ କଣ ନିଷ୍କର୍ସ ବାହାରୁଛି ଏହା ଉପରେ ରହିଛି ସମସ୍ତଙ୍କ ନଜର।
ସେପଟେ ଭୁଆଶୁଣି ଡମ୍ପିୟାର୍ଡକୁ ଅଳିଆ ଯାଉନଥିବାରୁ ସୈନିକ ସ୍କୁଲ ପାଖରେ ଥିବା ଡମ୍ପିୟାର୍ଡରେ ଗଦା ହେଲାଣି । ପାହାଡ଼ ପରି ଅଳିଆ ଭୁଆଶୁଣିରେ ଡମ୍ପିଂ ବନ୍ଦ ନେଇ ବିଏମସି ପକ୍ଷରୁ ୯ ମାସର ମହଲତ ମଗାଯାଇଥିଲା ।
ଅନ୍ୟପଟେ ଘଟଣାରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଗ୍ରାମବାସୀଙ୍କୁ ବୁଝାସୁଝା ଚାଲିଛି । ମେୟର ଓ କମିଶନର ଆଲୋଚନା କରୁଛନ୍ତି । ଆଶା ଅଛି ୨ରୁ ୩ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ । ତେବେ ବାୟୋ ମାଇନିଂ ପ୍ଲାଣ୍ଟ ଉପରେ ବିଚାର କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661758161.jpg)