Advertisment

ସଙ୍କୁଚିତ ହେବାରେ ଲାଗିଛି ଚିଲିକା, ଏକର ଏକର ମାଡ଼ି ଚାଲିଛି ନଳ ଘାସ

ଏପରି କି ମତ୍ସ୍ୟଜୀବୀଙ୍କ ଜନବସତି ଠାରୁ ଚିଲିକା ଏବେ ୪ରୁ ୫ କିଲୋମିଟର ଘୁଞ୍ଚି ଯାଇଥିବା ଅଭିଯୋଗ ହୋଇଛି।

Chilika Lake

Chilika Lake

Advertisment

ନୀଳାମ୍ବୁ ଚିଲିକା। ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ। ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲା ସୀମାକୁ ନେଇ ବ୍ୟାପ୍ତ ଚିଲିକା। ହଜାର ହଜାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି। ବିଦେଶାଗତ ପକ୍ଷୀଙ୍କର ଆଉ ଏକ ବାସସ୍ଥାନ କହିଲେ ଭୁଲ୍ ହେବନି । ବର୍ଷର କିଛି ନିର୍ଦ୍ଦିଷ୍ଟ ସମୟରେ ଏଠାରେ ବିଭିନ୍ନ ଚଢେଇଙ୍କ କଳରବରେ ଫାଟିପଡ଼େ ପରିବେଶ। ହେଲେ ଏବେ....ବିଭିନ୍ନ କାରଣରୁ ପ୍ରତିବର୍ଷ ଶୁଖିବାରେ ଲାଗିଛି ଚିଲିକା।

Advertisment

ଏପରି କି ମତ୍ସ୍ୟଜୀବୀଙ୍କ ଜନବସତି ଠାରୁ ଚିଲିକା ଏବେ ୪ରୁ ୫ କିଲୋମିଟର ଘୁଞ୍ଚି ଯାଇଥିବା ଅଭିଯୋଗ ହୋଇଛି। ଆଉ ଟାଙ୍ଗୀ ମଙ୍ଗଳାଯୋଡି ନିକଟ ଚିଲିକାର ଦୃଶ୍ୟ । ଯେଉଁ ଯାଗାରେ ଦିନେ ବିଶାଳ ଚିଲିକା ଥିଲା ସେଠି ଆଜି ନାମକୁ ମାତ୍ର ଡଙ୍ଗା ଯାତାୟାତ ପାଇଁ ଚାନେଲଟିଏ ରହିଛି । ଅନ୍ୟ ଅଞ୍ଚଳ ଗୁଡ଼ିକ ଶୁଖି ଯାଇଥିବାରୁ ଗାଇଗୋରୁ ଚରିବା ସହିତ ମାଛ ଧରା ଡଙ୍ଗା ଗୁଡ଼ିକ ଶୁଖିଲା ଯାଗାରେ ପଡ଼ି ରହିଛି। ଏପରିକି କେଉଁଠି କେମିତି ପାଦେ ଆଣ୍ଠୁଏ ପାଣିରେ ମାଛ ମାରୁଛନ୍ତି ମତ୍ସ୍ୟଜୀବୀ।

ଚିଲିକାର ଏକର ଏକର ଅଂଚଳରେ ଏବେ ମାଡ଼ି ଚାଲିଛି ନଳ ଘାସ । ଏହି ଘାସ ଗୁଡିକ ଦୃତ ଗତିରେ ମାଡ଼ିବା ସହିତ ଚିଲିକାକୁ ସଙ୍କୁଚିତ କରୁଛି । କେବଳ ନଳ ନୁହେଁ ଚିଲିକା ଭିତରେ ଦଳ ମଧ୍ୟ ବଢ଼ିବାରେ ଲାଗିଛି। ଚିଙ୍ଗୁଡ଼ି ମାଫିଆମାନେ ଭିତର ଚିଲିକାରେ ବଡ଼ ବଡ଼ ଅଂଚଳ ଆବଦ୍ଧ କରି ଘେରି କରୁଥିବାରୁ ଦଳ ବଢୁଥିବା ଅଭିଯୋଗ ହେଉଛି। ସେପଟେ ଏହି ଲୁଣା ହ୍ରଦକୁ ୫୨ ଗୋଟି ନଦୀ ନାଳ ସଂଯୋଗ ହୋଇଥିବା ବେଳେ ଏସବୁକୁ ମନିଟରିଙ୍ଗ ପାଇଁ ସିଡିଏ ୩୩ ଗୋଟି ଷ୍ଟେସନ କରିଥିବା କହିଛି। ପୋତି ହୋଇଯାଇଥିବା ଅଞ୍ଚଳ ମାନଙ୍କରେ ଏସ୍କାଭେଟର ମେସିନ ସାହାଯ୍ୟରେ ମାଟି ଖୋଳା ଯାଉଥିବା କହିଛି ସିଡିଏ। ତେବେ ବର୍ଷା ସମୟରେ ଶୁଖିଯାଇଥିବା ଚିଲିକା ପୂର୍ବ ଅବସ୍ଥାକୁ ଫେରିଆସିବ ବୋଲି ସୂଚନା ଦେଇଛନ୍ତି ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।

Advertisment
Odisha Chilika Lake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ