Advertisment

ଟାଙ୍କେ ପିଇଦେଇ ମହାନଦୀ ମଝିକୁ ଚାଲିଗଲେ ଯୁବକ, ଧରିବାକୁ ଯାଇ ଅଗ୍ନିଶମ ବାହିନୀ ନାକେଦମ୍...

ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା। ଏମିତି ନିଶା ଯେ, ମଦ ପିଇ ମାତାଲ୍‌ ଅବସ୍ଥାରେ ନଦୀକୁ ମଝି ପଳାଇଥିଲେ। ଏହି ସମୟରେ ପାଣି ଆସି ଯିବାରୁ ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ।

ଅଦ୍ୟତନ ହୋଇଛି
Drunk youth creates high drama in mahanadi river

Drunk youth creates high drama in mahanadi river

Advertisment

ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା। ଏମିତି ନିଶା ଯେ, ମଦ ପିଇ ମାତାଲ୍‌ ଅବସ୍ଥାରେ ନଦୀ ମଝିକୁ ପଳାଇଥିଲେ। ଏହି ସମୟରେ ପାଣି ଆସି ଯିବାରୁ ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୨ ଜଣ ମଧ୍ୟ ନଦୀରେ ଫସି ରହିଥିଲେ। ପ୍ରାୟ କିଛି ଘଣ୍ଟା ଫସି ରହିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨ ଜଣଙ୍କୁ ଉଦ୍ଧାର କରିବାରେ ଅଗ୍ନିଶମ କର୍ମଚାରୀ ସଫଳ ହୋଇଥିଲେ। ହେଲେ ମଦ୍ୟପ ଯୁବକ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ କରିଥିଲେ।

Advertisment

ଅଗ୍ନିଶମ କର୍ମଚାରୀଙ୍କୁ ଦେଖି ଯୁବକ ଜଣକ ମହାନଦୀର ଟାପୁରେ ଧାଇଁବାକୁ ଲାଗିଥିଲେ। ପ୍ରାୟ ୪ ଘଣ୍ଟା ଯାଏ ଟାପୁରେ ଦୌଡ଼ା ଦୌଡ଼ି କରିବା ସହ ଉକ୍ତ ଯୁବକ ପୁଣି ନଦୀକୁ ଡେଇଁଥିଲେ।ଶେଷରେ ସମ୍ପୃକ୍ତ ଯୁବକଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧୧ଟା ସମୟରେ ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁର ଚନ୍ଦନ ବେହେରା ମଦ ପିଇ ମାତାଲ୍‌ ଅବସ୍ଥାରେ ସୁନାଦେଇ ଘାଟରୁ ମହାନଦୀ ମଝିକୁ ଚାଲି ଯାଇଥିଲେ। ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଆଉ ୨ ଜଣ ଯାଇଥିଲେ। ହେଲେ ନଦୀରେ ହଠାତ୍‌ ପାଣି ଆସି ଯିବାରୁ ସମସ୍ତେ ଫସି ଯାଇଥିଲେ।

Advertisment

ଏହାଦେଖି ସ୍ଥାନୀୟ ଲୋକେ ବାଙ୍କୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ୨ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ହେଲେ ନାକେଦମ୍‌ କରିଥିଲେ ଚନ୍ଦନ। ମହାନଦୀ ଟାପୁରେ ଦୌଡ଼ା ଦୌଡ଼ି କରିବା ସହ ଧରା ଦେଇନଥିଲେ। ଦୀର୍ଘ ୪ ଘଣ୍ଟା ପରେ ଶେଷରେ ଚନ୍ଦନ ପୁଣି ପାଣି ଭିତରକୁ ଡେଇଁଥିଲେ।

Advertisment

ଏହାପରେ ଅଗ୍ନିଶମ କର୍ମଚାରୀ ନଈରୁ ଚନ୍ଦନକୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।

Mahanadi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ