Advertisment

ଏଣିକି ଜେଲ୍ ଜଗିବ ଡ୍ରୋନ

ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ।

Drone Eye On Sensitive Jails

Drone Eye On Sensitive Jails

Advertisment

ଭୁବନେଶ୍ୱର: ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ। ୟୁପି ଏବଂ ଅନ୍ୟ କିଛି ରାଜ୍ୟର ଜେଲରେ ଏହି ବ୍ୟବସ୍ଥା ରହିଥିବାରୁ ଓଡିଶାର ସମ୍ବେଦନଶୀଳ ଜେଲ ଗୁଡିକରେ ଏହି ବ୍ୟବସ୍ଥା କରିବାକୁ ଜେଲ୍ ବିଭାଗ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଡ୍ରୋନ ଚୟନ ପ୍ରକ୍ରିୟା ସରିଛି । ପ୍ରତି ଡ୍ରୋନକୁ ୪ଲକ୍ଷରୁ ଅଧିକ ଟଙ୍କାରେ ଖରିଦ୍ କରିବାକୁ ଯୋଜନା ହୋଇଥିବା ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Advertisment

ସେହିପରି ତିହାର ଜେଲ ଭଳି ଜେଲରେ ପ୍ରିଜନ କଲିଂ ବ୍ୟବସ୍ଥା କରାଯିବ କଟକ ଚୌଦ୍ୱାର ଜେଲରୁ ପ୍ରଥମେ ପ୍ରିଜନ୍ କଲିଂ ବ୍ୟବସ୍ଥା ଆରମ୍ଭ ହେବ। କଏଦୀଙ୍କୁ ଦୁଇଟି ନମ୍ବର ଦେବାକୁ ପଡିବ। ୫ ମିନିଟ୍ ପାଇଁ ସେମାନେ ଏହି ଦୁଇ ନମ୍ବରରେ କଥା ହେବା ସହ ଏଥିପାଇଁ ୫ ଟଙ୍କା ଦେବେ। ପରେ ପ୍ରିଜନ୍ କଲିଂ ବ୍ୟସ୍ଥା ଅନ୍ୟ ଜେଲରେ ମଧ୍ୟ କରାଯିବ ବୋଲି ଜେଲ ଡିଜି ସୂଚନା ଦେଇଛନ୍ତି।ଜେଲରେ ଅପରାଧୀଙ୍କ ଗତିବିଧକୁ ନିରୀକ୍ଷଣ କରିବ ଡ୍ରୋନ।

Advertisment
Santosh Kumar Upadhyay Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ