Advertisment

ମୃତ୍ୟୁ ଏମିତି ବି ଆସେ ! ଗାଡି ଚଲାଇଲାବେଳେ ଚାଲିଗଲା ଡ୍ରାଇଭର ଜୀବନ

ମୃତ୍ୟୁ ଏମିତି ବି ଆସେ । ଗାଡ଼ି ଚଲାଇବା ବେଳେ ହଠାତ୍‌ ହେଲା ହୃଦଘାତ । ଚାଲିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ ।

ଅଦ୍ୟତନ ହୋଇଛି
Driver Passes Away Due To Cardiac  Arrest While Driving Vehicle

Driver Passes Away Due To Cardiac Arrest While Driving Vehicle

Advertisment

ମୃତ୍ୟୁ ଏମିତି ବି ଆସେ । ଗାଡ଼ି ଚଲାଇବା ବେଳେ ହଠାତ୍‌ ହେଲା ହୃଦଘାତ । ଚାଲିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ । ଆଉ ଅଳ୍ପକେ ବର୍ତ୍ତି ଗଲା ୪୯ ଜଣ ଯାତ୍ରୀଙ୍କ ଜୀବନ । ପୁରୀ ଜିଲ୍ଲା ନାଗପୁରରୁ ସାମ୍ନାକୁ ଘଟିଛି ଏହି ଦୁଃଖଦ ଘଟଣା ।

Advertisment

ସୂଚନା ଅନୁସାରେ, ସୋମବାର ମା ନାମକ ଘରୋଇ ବସ ନାଗପୁର ବସଷ୍ଟାଣ୍ଡରୁ କଟକ ଅଭିମୂଖେ ବାହାରିଥିଲା । ଡ୍ରାଇଭର ୧୦୦ ମିଟର ଗାଡ଼ି ଗଡାଇବା ବେଳେ ହଠାତ୍ ଷ୍ଟେରିଂ ଉପରେ ପଡିଯାଥିଲେ । ଯାହା ଦେଖି କଣ୍ଡକ୍‌ଟର ତତ୍‌କ୍ଷଣାତ ବ୍ରେକ ଲଗାଇ ତାଙ୍କୁ ଚିକିତ୍ସା ପାଇଁ ଗୋପ ମେଡିକାଲ ନେଇଥିଲେ ହେଲେ ସେତେବେଳକୁ ଡ୍ରାଇଭର ସୁଦର୍ଶନ ସାହୁଙ୍କ ପ୍ରାଣ ଚାଲିଯାଇଥିଲା ।ଏହି ଖବର ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କଥାରେ ଅଛି ମୃତ୍ୟୁ କେଉଁସମୟରେ ବି ଆସିପାରେ । ହେଲେ ତାହା ଏହି ଘଟଣାରେ ପ୍ରମାଣିତ ହୋଇଛି । କେତେବେଳେ ଯେ କାହା ପ୍ରାଣବାୟୁ ଉଡିଯିବ ତାହା ମଣିଷ ଆକଳନ ବାହାରେ । ଯାହାର ଜ୍ୱଳନ୍ତ ଉଦାହରଣ ଏଠାରେ ଦେଖିବାକୁ ମିଳିଛି ।

Advertisment
Odisha News Konark
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ