Astrospeak
  • Live TV
  • Read In English

ଦୁର୍ଘଟଣା ପରେ ଗାଡ଼ିରେ ଲାଗିଲା ନିଆଁ; ଜିଅନ୍ତା ଜଳିଗଲେ ଡ୍ରାଇଭର,ହେଲ୍‌ପର୍

ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲ୍‌ପର୍। ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା।

Accident
Accident

ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲ୍‌ପର୍। କେନ୍ଦୁଝର ଜିଲ୍ଲା NH-୫୨୦ ଚମ୍ପୁଆ ନିକଟ ନାରଦପୁରର ଶିଶୁମନ୍ଦିର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ନିଆଁ ଲାଗିଯିବା ପରେ ଟ୍ରେଲରରେ ଥିବା ଡ୍ରାଇଭର ଓ ହେଲ୍‌ପର୍ ଜିଅନ୍ତା ଜଳି ଯାଇଥିଲେ। ଉଭୟଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଚମ୍ପୁଆ ଓ ଯୋଡ଼ା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। 

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟ୍ରେଲରଟି ଯୋଡ଼ାରୁ ଲୁହାପଥର ନେଇ ଯାଉଥିଲା। ଏହି ସମୟରେ ନାରଦପୁରର ଶିଶୁମନ୍ଦିର ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ପଛରୁ ଧକ୍କା ଦେଇଥିଲା। ପରେ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଗାଡ଼ି ଭିତରେ ଥିବା ଡ୍ରାଇଭର ଓ ହେଲ୍‌ପର୍ ବାହରକୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।