Advertisment

ଷ୍ଟାଣ୍ଡ ପୋଷ୍ଟ ଅଛି, ନଳକୂପ ଅଛି : ହେଲେ ଖରାଦିନେ ମେଣ୍ଟୁନି ଶୋଷ

କର୍ଲ୍ଲାଜୁରୀ ଗାଁରେ ରହିଛି ତିନୋଟି ନଳକୂପ। ହେଲେ ଏସବୁ କୌଣସି କାମରେ ଆସୁନାହିଁ।

summer

summer

Advertisment

ଷ୍ଟାଣ୍ଡ ପୋଷ୍ଟ ହେଉ କି ନଳକୂପ, ସବୁଠି ଭିଡ଼ । ଖରାଦିନେ ପାଣି ପାଇଁ ଲାଇନ ଲଗାଇଛନ୍ତି ବରଗଡ଼ ଜିଲ୍ଲା ଭଟଲି କର୍ଲ୍ଲାଜୁରୀ ଗାଁର ମହିଳା । ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି ଭଲ ଭାବେ ପାଣି ବହାରୁ ନାହିଁ । ବର୍ଷ ବର୍ଷ ଧରି ଏହି ଗାଁର ଲୋକେ ଏମିତି ଜଳ କଷ୍ଟ ପାଉଛନ୍ତି । ହେଲେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ।

Advertisment

କର୍ଲ୍ଲାଜୁରୀ ଗାଁରେ ରହିଛି ତିନୋଟି ନଳକୂପ। ହେଲେ ଏସବୁ କୌଣସି କାମରେ ଆସୁନାହିଁ। ଖରାଦିନେ ଭୂତଳ ଜଳ ତଳେଥିବାରୁ ଏହି ନଳକୂପଗୁଡିକରୁ କେତେବେଳେ ପାଣି ବାହାରୁଛି ତ କେତେବେଳେ ପାଣି ବାହାରୁ ନାହିଁ। ଆଉ ଗାଁ ମୁଣ୍ଡରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଗାଁଲୋକଙ୍କ ଜଳକଷ୍ଟ ଦୂର କରି ପାରୁନାହିଁ। କାରଣ ସକାଳ ୯ଟା ପରେ ଜଳ ଯୋଗାଣ ହୋଇ ସନ୍ଧ୍ୟା ୪ଟା ପରେ ବନ୍ଦ ହୋଇ ଯାଉଛି।

କର୍ଲ୍ଲାଜୁରୀ ଗାଁର ପାଣି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି ହେଉଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି। ହେଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି, ଭଟଲି ଓ ଅମ୍ବାଭୋନାରେ ଭୂତଳ ଜଳସ୍ତର କମ ଅଛି। ମେଗା ପ୍ରୋଜେକ୍ଟ ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଆଣିବାର ବ୍ୟବସ୍ଥା ହେଉଛି। ଦିନକୁ ଦିନ ଉତ୍କଟ ଜଳ ସଙ୍କଟ କର୍ଲାଜୁରୀ ଗାଁଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

Advertisment

ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ

Water Scarcity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ