Advertisment

ସୋଲାର ପମ୍ପ ଅଚଳ : ୩ ହଜାର ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ନଳକୂଅ

୪ ବର୍ଷ ତଳେ ବସିଥିଲା ସୋଲାର ଚାଳିତ ପମ୍ପ। ବର୍ଷେ ପରେ ଅଚଳ ହୋଇଗଲା। ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁଲୋକେ। ପ୍ରାୟ ତିନି ହଜ଼ାର ଲୋକଙ୍କୁ ପାଣି ଯୋଗାଉଛି ଗୋଟିଏ ମାତ୍ର ନଳକୂଅ...

water scarcity

water scarcity

Advertisment

ପିଇବାକୁ ପାଣି ନାହିଁ। ହାତରେ ଗରା ମାଠିଆ ଧରି ବୁଲୁଛନ୍ତି ଗାଁର ମହିଳା।  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଖୁଣ୍ଟୁଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ପାଣି କଷ୍ଟ ଦୂର କରିବା ପାଇଁ ୪ ବର୍ଷ ତଳେ ଗାଁରେ ବସିଥିଲା ସୋଲାର ଚାଳିତ ପମ୍ପ । ହେଲେ ବର୍ଷେ ପରେ ଏହା ଅଚଳ ହୋଇ ପଡିଛି। ଫଳରେ ପାଣି ପାଣି ଡହଳ ବିକଳ ହେଉଛନ୍ତି ଗାଁଲୋକେ ।

Advertisment

ଖୁଣ୍ଟୁଗାଁ ଗାଁର ପାଣି ସମସ୍ୟାକୁ ଦେଖି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସୋଲାର ପମ୍ପ ବସିବା ସହିତ ଓଭର ହେଡ଼ ଟାଙ୍କି ବି ହୋଇଥିଲା । ପାଇପ ବିଛା ଯାଇ ଘରକୁ ଘର ପଏଣ୍ଟ ବି ଦିଆ ହୋଇଥିଲା। ହେଲେ ବର୍ଷକ ପରେ ସୋଲାର ପମ୍ପ ଅଚଳ ହୋଇଯିବା ପରେ ଦୁଇ ବର୍ଷ ହେଲା ପୁଣି ପାଣି ପାଇଁ ହଇରାଣ ହରକତ ହେଉଛନ୍ତି ଖୁଣ୍ଟୁଗାଁ ଲୋକେ।

ଖୁଣ୍ଟୁଗାଁରେ ପ୍ରାୟ ତିନି ହଜ଼ାର ଲୋକ ରହୁଛନ୍ତି। ଗାଁରେ ଦୁଇଟି ନଳକୂଅ ରହିଛି। ମଝିରେ ମଝିରେ ତାହା ଖରାପ ହୋଇଯାଉଛି। ଅଚଳ ସୋଲାର ପମ୍ପକୁ କାର୍ଯ୍ୟକ୍ଷମ କରିବାକୁ ବାରମ୍ୱାର ଦାବି ହେଉଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି। ତଦନ୍ତ ପରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଆରଡବ୍ୟୁଏସଏସ ଅଧିକାରୀ।

Advertisment

ଲକ୍ଷ ଲକ୍ଷ ଟଙ୍କାରେ ଟାଙ୍କି, ସୋଲାର ପ୍ଲେଟ, ପାଇପ ଲାଇନ ବିଛା ଯାଇଥିବା ବେଳେ କିଛି ବି କାମରେ ଲାଗୁନି। ଏଠି ଲୋକମାନେ ପ୍ରଶ୍ନ କରିଛନ୍ତି କାହା ପାଇଁ ଏହି ଯୋଜନା।

ସୁନ୍ଦରଗଡ ଜିଲ୍ଲା ବଣାଇରୁ ରଂଜିତ ଚୌଧୁରୀଙ୍କ ରିପୋର୍ଟ

Water Scarcity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ