Advertisment

ଉତ୍କଟ ଜଳସମସ୍ୟା : ପାଣି ପାଇଁ ଲାଇନରେ ଗରାବାଲଟି

ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଏବେ ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁନଥିବାରୁ ଟ୍ୟାଙ୍କର୍ ପାଣି ଉପରେ ଭରସା କରିଛନ୍ତି ଗାଁଲୋକେ। ଆଠଗଡରୁ ଏ ରିପୋର୍ଟ...

ଅଦ୍ୟତନ ହୋଇଛି
water scarcity

water scarcity

Advertisment

ଧାଡି ଧାଡି ହୋଇ ଥୁଆ ହୋଇଛି ଗରା। ବାଲଟି, ଡେକେଚି ବି ଟ୍ୟାଙ୍କର ଆଗରେ ଥୁଆ ହୋଇଛି। ଆଉ ପାଣି ନେବା ପାଇଁ ମହିଳାମାନଙ୍କ ମଧ୍ୟରେ ଚାଲିଛି ଟଣାଓଟରା । କୌଣସି ଉପାନ୍ତ ନୁହେଁ ଉପକୂଳ ଅଂଚଳ କଟକ ଜିଲ୍ଲା ଆଠଗଡ ତଳଗଡ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଷ୍ଟାଣ୍ଡ ପୋଷ୍ଟ ତିଆରି ହୋଇଛି । ହେଲେ ପାଣି ଆସୁନଥିବାରୁ ନାହିଁନଥିବା ଅବସ୍ଥା ଭୋଗୁଛନ୍ତି ଲୋକେ ।

Advertisment

କେବଳ ତଳଗଡ ଗାଁ ନୁହେଁ ଆଠଗଡ ଉପଖଣ୍ଡର ଅନେକ ଗାଁର ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ହେଲେ ଯେତେ ଅଭିଯୋଗ କଲେ କେହି ଶୁଣୁନଥିବା ଅଭିଯୋଗ ହେଉଛି। ପିଇବା ପାଣି ପାଇଁ ସରକାର ବଡ ବଡ ପ୍ରୋଜେକ୍ଟ ଘୋଷଣା କରି ବାଃ ବାଃ ନେଉଥିବା ବେଳେ ବାସ୍ତବ ଚିତ୍ର ଏଇଆ। ତଳଗଡ ଗାଁର ପାଣି ସମସ୍ୟା ନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଖୁବଶୀଘ୍ର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି କୁଲାଇଲୋ ସରପଞ୍ଚ କହିଛନ୍ତି।

ଭୂତଳ ଜଳସ୍ତର କମୁଥିବାରୁ କୂଅ ସବୁ ଶୁଖିଲା ପଡ଼ିଛି। ଏବେ ପାଣି ଟ୍ୟାଙ୍କରରୁ ମିଳୁଥିବା ୪ ଗରା ପାଣି ପ୍ରତି ପରିବାର ପାଇଁ ଅମୃତ ଭଳି ହୋଇଛି।

Advertisment

କଟକ ଜିଲ୍ଲା ଆଠଗଡରୁ ନୀଳକଣ୍ଠ ଦୋରାଙ୍କ ରିପୋର୍ଟ

Drinking Water Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ