Advertisment

ରାଷ୍ଟ୍ରପତିଙ୍କ ମାମୁ ଘରେ ଚାଲିଛି ସେଲିବ୍ରେସନ, ଖୁସିରେ ସମସ୍ତେ ହାଣ୍ଡିଆ ପିଇଲେ

ଦେଶର ପ୍ରଥମ ନାଗରିକ ଭାବେ ମ୍ୟାଡମ୍ ଦୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ମାମୁ ଘର ଗାଁରେ ଚାଲିଛି ସେଲିବ୍ରେସନ। ପରିବାରର ସବୁ ସଦସ୍ୟ ମିଳିମିଶି ହାଣ୍ଡିଆ ତିଆରି କରିବା ପରେ ଜାହିରାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ।

President Draupadi Murmu’s Relatives Celebrate, Relish Handia

President Draupadi Murmu’s Relatives Celebrate, Relish Handia

Advertisment

ଦେଶର ପ୍ରଥମ ନାଗରିକ ଭାବେ ମ୍ୟାଡମ୍ ଦୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ମାମୁ ଘର ଗାଁରେ ଚାଲିଛି ସେଲିବ୍ରେସନ। ବିଶେଷ କରି ତାଙ୍କ ମାମୁ ଘରେ ଚାଲିଛି ହାଣ୍ଡିଆ ଆସର। ପରିବାରର ସବୁ ସଦସ୍ୟ ମିଳିମିଶି ହାଣ୍ଡିଆ ତିଆରି କରିବା ପରେ ଜାହିରାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ତା’ପରେ ହାଣ୍ଡିଆ ପିଇବା ପର୍ବ ଆରମ୍ଭ ହୋଇଥିଲା। 

Advertisment

ସୂଚନାଯୋଗ୍ୟ ଯେ, ଆଦିବାସୀ ପରମ୍ପରାରେ ଯେକୌଣସି ଶୁଭ ମୁହୂର୍ତ୍ତରେ ଆଦିବାସୀମାନେ ଜାହିରାଙ୍କ ପାଖରେ ହାଣ୍ଡିଆ ପୂଜା କରି ତାକୁ ସେବନ କରିଥାନ୍ତି। ଆଜି ମଧ୍ୟ ମ୍ୟାଡମ ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଚାଲିଥିବା ବେଳେ ଏପଟେ ପୂଜାର୍ଚ୍ଚନା ସହ ହାଣ୍ଡିଆ ସେବନ ଆରମ୍ଭ ହୋଇଯାଇଥିଲା।

ଏଭଳି ସେଲିବ୍ରେସନ ବାବଦରେ ରାଷ୍ଟ୍ରପତିଙ୍କ ମାମୁଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ କହିଲେ, ଆମେ ଆଜି ବହୁତ ଖୁସି, ଏମିତିଆ ଶୁଭ ମୁହୂର୍ତ୍ତକୁ ଆମେ ଜମା ହାତଛଡ଼ା କରିବୁ ନାହିଁ। ସେଥି ପାଇଁ ସମସ୍ତେ ଖୁସିରେ ହାଣ୍ଡିଆ ପିଉଛୁ। ଏହି ଅବସରରେ ସେ ଦୌପଦୀଙ୍କ ପିଲାଦିନ କଥା ମନେ ପକାଇ ବେଶ୍ ଭାବ ବିହ୍ୱଳ ହୋଇଯାଇଥିଲେ।  

Advertisment
President Of India Draupadi Murmu President Draupadi Murmu Draupadi Murmu New President Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ