Advertisment

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ଡ୍ରେନ୍‌କୁ ନେଇ ହାଇକୋର୍ଟ କ୍ଷୁବ୍ଧ

କଟକ ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟ ସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ହାଇକୋର୍ଟ ସଫା ସଫା ଶୁଣାଇଛନ୍ତି।

ଅଦ୍ୟତନ ହୋଇଛି
Drainage System And Road Problems In Cuttack Know What Orissa High Court Says

Drainage System And Road Problems In Cuttack Know What Orissa High Court Says

Advertisment

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍‌କୁ ନେଇ ହାଇକୋର୍ଟ କ୍ଷୁବ୍ଧ। ଏଥିପାଇଁ ସହରବାସୀ ଭୋଗୁଥିବା ସମସ୍ୟା ଓ ଏହାକୁ ନେଇ ବିଭିନ୍ନ ସଂସ୍ଥାଙ୍କ ଆଭିମୁଖ୍ୟ ଉପରେ ବିଚାର କରି ଉଚ୍ଚ ନ୍ୟାୟାଳୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟ ସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ହାଇକୋର୍ଟ ସଫା ସଫା ଶୁଣାଇଛନ୍ତି।  ଏଥିପାଇଁ ସିଟି ଇଞ୍ଜିନିୟର, ଆର୍‌ ଆଣ୍ଡ୍‌ ବି ଅଧୀକ୍ଷଣ ଯନ୍ତ୍ରୀ, ୱାଟକୋ ଓ ଗେଲ୍ ପ୍ରବନ୍ଧକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କଟକ ସହରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ମରଣଯନ୍ତା ଭଳି ଡ୍ରେନେଜ୍ କାମ ଯୋଗୁ ମନଇଚ୍ଛା ଖୋଳା, ପୋତାରେ ସହରବାସୀଙ୍କ ଯନ୍ତ୍ରଣାକୁ ଦେଖି ୨୦୨୦ରେ ହାଇକୋର୍ଟ ନିଜଆଡ଼ୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।

Advertisment

ସୂଚନା ଅନୁସାରେ, ସିଏମ୍‌ସି ଅଞ୍ଚଳରେ ଜାଇକା ପକ୍ଷରୁ ଅକ୍ଟୋବର ୨୦ ସୁଦ୍ଧା କାମ ସାରିବାକୁ ୱାଟକୋ କହିଥିବାବେଳେ ତାହା ସରିବା ସ୍ଥିତିରେ ନାହିଁ। ସେହିପରି ରାସ୍ତା ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ, ଗେଲ୍ ଦ୍ୱାରା ଗ୍ୟାସ୍ ପାଇପ୍ ଲାଇନ୍ ବିଛା ଓ ଜଳ ଯୋଗାଣ ସବୁ ଅଧାପନ୍ତରିଆ ସ୍ଥିତିରେ ରହିଥିବା ସହରବାସୀ ଅଭିଯୋଗ କରି ଆସୁଛନ୍ତି।

Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ