Advertisment

ଆଉ ନାହାଁନ୍ତି ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ର

ମନୋରମା ମହାପାତ୍ର ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ୧୯୩୪ ମସିହା ଜୁନ୍‌୧୦ ତାରିଖରେ କଟକ ଆଠଗଡ ରାଧାଥପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ସେ ଝିଅ ଥିଲେ।

Manorama Mohapatra

Manorama Mohapatra

Advertisment

ଭୁବନେଶ୍ୱର: ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦୈନିକ 'ସମାଜ'ର ପୂର୍ବତନ ସଂପାଦିକା ମନୋରମାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା। କିନ୍ତୁ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ଆଜି ପରଲୋକ ଘଟିଛି। ୧୯୩୪  ମସିହାରେ ଜନ୍ମଗ୍ରହଣ କରିଥିଲେ ମନୋରମା ମହାପାତ୍ର। ସେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜର ପୂର୍ବତନ ସଂପାଦକ ଡକ୍ଟର ରାଧାନାଥ ରଥଙ୍କ ଝିଅ। ୧୯୮୪ ମସିହାରେ ସେ ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ପାଇଥିଲେ। ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷା ଥିଲେ।

Advertisment

ମନୋରମା ମହାପାତ୍ର ଏକାଧାରରେ ଜଣେ କବୟିତ୍ରୀ, ଲେଖିକା, ସ୍ତମ୍ଭକାର, ସାମ୍ବାଦିକା ଓ ଅବସରପ୍ରାପ୍ତ ଅଧ୍ୟାପିକା ଥିଲେ। ୧୯୩୪ ମସିହା ଜୁନ୍‌୧୦ ତାରିଖରେ କଟକ ଆଠଗଡ ରାଧାଥପୁର ଶାସନରେ ସେ ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ସେ ଝିଅ ଥିଲେ। ପ୍ରାଥମିକ ଶିକ୍ଷା ଶେଷ ପରେ ରେଭେନସା ଗାର୍ଲସ ହାଇସ୍କୁଲରୁ ମ୍ୟାଟିକ୍‌ ପାସ୍‌ କରିବା ସହ ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ। 

୧୯୭୦ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଯୋଗ ଦେଇ ଅର୍ଥନୀତି ପ୍ରାଧ୍ୟାପିକା ଭାବରେ ଦୀର୍ଘ ୧୫ବର୍ଷ କାଳ ଶିକ୍ଷାଦାନ କରିଛନ୍ତି। ୧୯୮୫ ମସିହାରେ ସେ ସରକାରୀ ଚାକିରୀରୁ ଅବସର ନେଇ ସାମ୍ବାଦିକତା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ଦୀର୍ଘ ବର୍ଷ ଧରି ସାହିତ୍ୟ ସାଧନାରେ ବ୍ରତୀ ରହିଥିବା ମନୋରମାଙ୍କ ଅନେକ ଉପନ୍ୟାସ, ଗଳ୍ପ ଓ କବିତା ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛି।

Advertisment

ସେଥିରେ ବଣରାଇଜର କଥା, ବୈଦେହୀ ବିସର୍ଜିତା, ଏକଲା ନଈର ଗୀତ, ଜହ୍ନରାତିର ମୁହଁ , ସାତ ସମୁଦ୍ର ତେର ନଈ , ଟିକି ବଗିଚାର ଟିକି ଚଢ଼େଇ , ଆଇଙ୍କ ମୁଣିରୁ ବିଜ୍ଞାନ ଗପ , ବନ୍ଦ ଘରର କବାଟ , ଆମେ ସବୁ ନୀରବ ଦର୍ଶକ , ଝଡ଼ପରେ ସୂର୍ଯ୍ୟୋଦୟ , ପାହାନ୍ତି ତାରାର ଲୁହ , ସମୟ ପୁରୁଷ ଆଦି ପ୍ରସିଦ୍ଧ ଗପ ଓ ଉପନ୍ୟାସ ରହିଛି। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା  ଖେଳି ଯାଇଛି।

Advertisment

ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। 

Odisha News Dr Manorama Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ