Advertisment

ଭିଡ଼ିଓ ସେୟାର କଲେ ବର୍ଷା: କହିଲେ, ଜୀବନରେ ଏକା ଚାଲିବା ଶିଖ...

ମାତ୍ର କିଛି ଘଣ୍ଟା ତଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଏକ ନିଛାଟିଆ ରାସ୍ତାରେ ଏକୁଟିଆ ହସି ହସି ବାଟ ଚାଲୁଥିବାର ଏକ ଭିଡିଓ ଫୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କ୍ୟାପସନ୍‌ରେ ଲେଖିଛନ୍ତି.

Varsa

Varsa

Advertisment

ମୁଁ ଓଢଣୀ ଉଡେଇ ଦେଲିଲୋ...ଓଡ଼ିଶା ଚହଲି ଗଲା...ମୁଁ ବେଣୀକୁ ହଲେଇ ଦେଲିଲୋ ଓଡ଼ିଶା ଦୋହଲି ଗଲା...ଏହି ଗୀତଟି କିଛି ବର୍ଷ ପୂର୍ବେ ଓଡ଼ିଶାରେ ଭାରି ଜୋରସୋରରେ ହିଟ୍‌ ହୋଇଥିଲା। ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ହଠାତ୍‌ ଆମେ ଏହି ଗୀତକୁ କାହିଁକି ମନେ ପକାଇଲୁ? ଏହି ଗୀତକୁ ମନେ ପକାଇବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି।। ତେଣୁ ଆମେ ଏହି ପୁରୁଣା ଗୀତର ଉଦାହରଣ ଦେଲୁ। ଏବେ ସୋସିଆଲ ମିଡିଆରେ ବର୍ଷାଙ୍କ ଏକ ଭିଡ଼ିଓ ଜୋରସୋରରେ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Advertisment

କାରଣ ପିଲାଠୁ ବୁଢା ପର୍ଯ୍ୟନ୍ତ ଆମେ ସମସ୍ତେ ତାଙ୍କୁ ଜାଣନ୍ତି। ତାଙ୍କୁ ଏଇଥି ପାଇଁ ଚର୍ଚ୍ଚା କରାଯାଉଛି କାରଣ ବୁଧବାର ନିଜ ଫେସବୁକ୍‌ ଆକାଉଣ୍ଟରେ ସେ ଯେଉଁ ଭିଡ଼ିଓ ପୋଷ୍ଟ କରିଛନ୍ତି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଏହି ଭିଡ଼ିଓରେ ବର୍ଷା ପ୍ରିୟଦର୍ଶନୀ ଏକ ନିଛାଟିଆ ରାସ୍ତାରେ ଏକା ଏକା ଚାଲୁଛନ୍ତି। ପୁଣି କେତେବେଳେ ନିଜର ସବୁଜ ରଙ୍ଗର ଓଢଣୀକୁ ଉଡ଼ାଉଛନ୍ତି। ଆଉ ସେ ଏହି ଭିଡ଼ିଓର କ୍ୟାପସନରେ ଲେଖିଛନ୍ତି ଆପଣ ଏକୁଟିଆ ଯିବାକୁ କେବେ ଡରନ୍ତୁ ନାହିଁ। ତେବେ ହଠାତ୍‌ କାହିଁକି ଏମିତି ଭିଡ଼ିଓ ଛାଡ଼ି ଏମିତି କ୍ୟାପସନ ଲେଖିଲେ ବର୍ଷା ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏବେ କାହିଁକି ଏମିତି ଭିଡ଼ିଓ ପୋଷ୍ଟ କଲେ ବର୍ଷା? ବର୍ଷା ଏବଂ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ପାରିବାରିକ ସମ୍ପର୍କ କଥା ଆମେ ସମସ୍ତେ ଜାଣନ୍ତି।

ଏମିତିକି ଉଭୟ ଉଭୟଙ୍କ ନାଁରେ ମାମଲା ମଧ୍ୟ କରିଛନ୍ତି ଏବଂ ତାହା ଏବେ କୋର୍ଟରେ ବିଚାରଧୀନ ରହିଛି। କେବଳ ଏତିକି ନୁହେଁ ବରଂ ଉଭୟ ଉଭୟଙ୍କ ନାଁରେ ସୋସିଆଲ ମିଡ଼ିଆରେ ବି ଅନେକ କିଛି ପୋଷ୍ଟ କରିଛନ୍ତି। ସେ ଯାହା ବି ହେଉ ବର୍ଷାଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି। କିଛି ଫ୍ୟାନଙ୍କ ମନରେ ସନ୍ଦେହ ହେଉଛି କି କୋର୍ଟରେ ମାମଲା ଥିବା ବେଳେ ଏକା ଏକା ଚାଲିବାକୁ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି କି ବର୍ଷା? ନିଜର ମନର କଥା ଏହି ଭିଡ଼ିଓ ମାଧ୍ୟମରେ କହିବାକୁ ଚାହାଁନ୍ତି କି ସେ? ଏମିତି ଅନେକ ପ୍ରଶ୍ନ ଏବେ ବର୍ଷାଙ୍କ ଫ୍ୟାନଙ୍କ ମନରେ ଉଙ୍କି ମାରୁଛି। କିନ୍ତୁ ଏନେଇ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ, କିନ୍ତୁ ଏହି ଭିଡ଼ିଓକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ।

Advertisment
Varsha Priyadarshini Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ