Advertisment

କୁକୁରଙ୍କୁ ଦେଖି ଦୌଡିଲା ଜଙ୍ଗଲର ରାଜା

ଏକତା ହିଁ ବଳ। ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଏକ କୁକୁର ଦଳ। ସେମାନେ ବଳବଦ୍ଧ ଭାବେ ଜଙ୍ଗର ରାଜା ସିଂହକୁ ପରାସ୍ତ କରି କରିଛନ୍ତି।

ଅଦ୍ୟତନ ହୋଇଛି
Dogs attack on lion

Dogs attack on lion

Advertisment

ସିଂହ ଜଙ୍ଗଲର ରାଜା। ସେ ଯେତେବେଳେ ବି ଚାହିଁବ କାହାକୁ ନା କାହାକୁ ଶିକାର କରି ନିଜ ପେଟ ଭରିବ। ବେଳେବେଳେ ତା’ର ଅଚାନକ ଆକ୍ରମଣକୁ ପ୍ରତିହତ କରିବା ନେଇ ଅନେକ ପଶୁ ଚେଷ୍ଟା କରିଥାନ୍ତି ସତ କିନ୍ତୁ ସିଂହର ଶକ୍ତି ଓ ତା’ର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି। କୁହାଯାଏ ଯେ ଏକତା ହିଁ ଶକ୍ତି। ତେଣୁ ଏକତା ବଳରେ ହିଁ ଭୟଭୀତ ସିଂହକୁ ବି ପରାସ୍ତ କରାଯାଇ ପାରେ। ବର୍ତ୍ତମାନ ଏହି ଏକତାର କ୍ଷମତା କେତେ ଏକ ଭିଡିଓ ତା’ର ପ୍ରମାଣ ଦେଇଛି।

Advertisment

ୟୁଟ୍ୟୁବରେ ଏକ Wildlife ଚ୍ୟାନେଲ୍‌ର King of Beasts ଉପରେ ଏକ ଭିଡିଓ ଶେୟାର ହୋଇଛି, ଯାହାର ୬ ହଜାରରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ପ୍ରାୟ ୩୮ଲକ୍ଷ ଥର ଦେଖା ସରିଥିଲା। ଏହି ଭିଡିଓରେ ଦେଖିବାକୁ ମିଳେ ଯେ କିପରି ମିଳିତ ଭାବେ କୁକୁରମାନେ ଜଙ୍ଗଲର ରାଜା ସିଂହକୁ ପରାସ୍ତ କରୁଛନ୍ତି। ଦୃଶ୍ୟ ଏତେ ଚମତ୍କାର ଥିଲା ଯେ ଏହି ସମୟରେ ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ନିଜ ନିଜ କ୍ୟାମେରାରେ ଏହି ଦୃଶ୍ୟକୁ କଏଦ କରିବା ନେଇ ଲାଗିପଡିଥିଲେ।

ଭିଡିଓରେ ଦେଖାଯାଏ ଯେ ଏକ ବଣୁଆ କୁକୁର ତା’ର ପିଲାମାନଙ୍କ ସହିତ କିଛି ସମୟ ପାଇଁ ବାହାରକୁ ଆସିଥିଲା। ବୋଧହୁଏ ସେମାନେ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ। ଏହି ସମୟରେ ଏକ ଭୋକିଲା ସିଂହରେ ନଜର ସେମାନଙ୍କ ଉପରେ ପଡିଗଲା। ସିଂହକୁ ଦେଖିବା ମାତ୍ରେ ବଣୁଆ କୁକୁରମାନେ ଦ୍ରୁତ ଗତିରେ ଦୌଡ଼ିଲେ କିନ୍ତୁ ଏହି ପଲର ଏକ ଛୁଆ ଏହାର ଶିକାର ହୋଇଗଲା।

Advertisment

ସିଂହ ଏହାକୁ ଖାଇ ନିଜ ଭୋକ ମେଣ୍ଟେଇ ଥାଆନ୍ତା ଓ ପରେ ବିଶ୍ରାମ କରିଥାନ୍ତା। କିନ୍ତୁ ପରେ ଯାହା ହେଲା ଏହାର କଳ୍ପନା କୌଣସି ବି ସିଂହ କରିପାରିବେ ନାହିଁ। ତା’ ଉପରେ ଆରମ୍ଭ ହେଲା ବଣୁଆ କୁକୁରମାନଙ୍କ ଦଳବଦ୍ଧ ଆକ୍ରମଣ। ଜଙ୍ଗଲର ରାଜା ନିଜ ଉପରେ ଏଭଳି ଆକ୍ରମଣ ନେଇ ପ୍ରସ୍ତୁତ ନଥିଲା। ଏହା ପରେ ଆହତ ସିଂହର ଅବସ୍ଥା ଦେଖି ଆପଣ ଅନୁମାନ କରିପାରିବେ ଯେ କୁକୁରମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ସହଜ ନ ଥିଲା।

କୁକୁରମାନେ ସିଂହକୁ ଦୀର୍ଘ ସମୟ ଧରି ଗୋଡେଇଥିଲେ। ପାଖରେ ପହଞ୍ଚିବା ମାତ୍ରେ ଏହାକୁ ଆକ୍ରମଣ କରିଥିଲେ। ଏହି ପୂରା ଘଟଣା ସମୟରେ କିଛି ପର୍ଯ୍ୟଟକ ସଫାରୀରେ ଉପସ୍ଥିତ ଥିଲେ। ସେମାନେ ସବୁ ଦେଖୁଥିଲେ। ଏଭଳି ଭୟାନକ ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇପଡିଥିଲେ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ