Advertisment

ମାଲିକକୁ ଗୁଳିକରି ମାରିଦେଲା ପାଳିତ କୁକୁର; ୧୪ଦିନ ପୂର୍ବରୁ ବାପା ହୋଇଥିଲେ

କୁହାଯାଏ କୁକୁର ଏକ ବିଶ୍ୱସ୍ତ ପ୍ରାଣୀ। ଅନେକ ସମୟରେ ସେ ନିଜ ଜୀବନକୁ ବାଜି ଲଗେଇ ମାଲିକକୁ ରକ୍ଷା କରେ। କିନ୍ତୁ ଏଠି ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ କୁକୁର ତା’ ମାଲିକର ଜୀବନ ନେଇଯାଇଛି। ଜାଣନ୍ତୁ ପୂରା ଘଟଣା…

Dog shoots 32 year old owner

Dog shoots 32 year old owner

Advertisment

ଆଜିକାଲି ଘରେ ପାଳୁଥିବା ପ୍ରାଣୀମାନଙ୍କ ଭିତରେ କୁକୁରର ସ୍ଥାନ ଉପରେ ରହିଛି। ପ୍ରାୟ ଲୋକଙ୍କ ଘରେ କୁକୁର ଥିବା ଦେଖାଯାଏ। ଏହାକୁ ଏକ ବିଶ୍ୱସ୍ତପ୍ରାଣୀ ବୋଲି ମଧ୍ୟ କୁହାଯାଏ। ଅନେକ ଜାଗାରେ ମଧ୍ୟ ଦେଖାଯାଏ ପାଳିତ କୁକୁର ନିଜ ଜୀବନକୁ ବାଜି ଲଗେଇ ମାଲିକଙ୍କୁ ରକ୍ଷା କରିବାର। ଏମିତି ବି କେଉଁଠି ଦେଖାଯାଏ ଜଣଙ୍କର ପାଳିତ କୁକୁର ହିଂସ୍ର ହୋଇ ଅନ୍ୟକୁ ଆକ୍ରମଣ କରି ତାକୁ ମରଣାତ୍ମକ ପରିସ୍ଥିତିକୁ ନେଇଯିବାର। ହୁଏତ ଆପଣ କେବେ ଶୁଣି ନଥିବେ କୌଣସି ପାଳିତ କୁକୁର ନିଜ ମାଲିକର ଜୀବନ ନେଇଯିବାର। ଏବେ କିଛି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

Advertisment

ଏହି ଅଜବ ଘଟଣା ତୁର୍କୀର ସୈମସୁନ୍ ପ୍ରଦେଶରେ ହୋଇଛି, ​​ଯେଉଁଠି ଏକ ଗୃହପାଳିତ କୁକୁର ଏହାର ମାଲିକକୁ ଗୁଳି କରି ମାରିଦେଇଛି। ମାଲିକ ଜଣଙ୍କ ସେହି କୁକୁର ସହିତ ଖୁବ ଆତ୍ମିୟତା ସହିତ ଜଡିତ ଥିଲେ, କିନ୍ତୁ କିନ୍ତୁ କୁକୁରର ଭୁଲବଶତଃ ତା’ ମାଲିକର ଜୀବନ ଚାଲିଗଲା। ମୃତ ବ୍ୟକ୍ତି ଜଣକ ଯେତେବେଳେ ତାଙ୍କ ସାଙ୍ଗମାନଙ୍କ ସହିତ କିଜଲାନ୍ ମାଳଭୂମିକୁ ଶିକାର କରିବାକୁ ଯାଇଥିଲେ ସ୍ତେବେଳେ ଏହି ଘଟଣାଟି ଘଟିଥିଲା।

Dog shoots 32 year old ownerଶିକାର କରୁଥିବା ବେଳେ ଓଜଗୁର୍

ରିପୋର୍ଟ ଅନୁଯାୟୀ, ୩୨ ବର୍ଷିୟ ଓଜଗୁର ଗେଭରେକୋଲ୍ଗୁ ସାଙ୍ଗମାନଙ୍କ ସହ ଶିକାର କରିବାକୁ ଯାଇଥିଲେ ଏବଂ ତାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ କାର୍ବୁଟ୍‌ରେ ରଖିଥିଲେ। ଏହି ସମୟରେ ତାଙ୍କ ପୋଷା କୁକୁରର ଗୋଡ ବନ୍ଧୁକର ଟ୍ରିଗର ଉପରେ ପଡିଯାଇଥିଲା। ବନ୍ଧୁକରୁ ଗୁଳିଟି ବାହାରି ସିଧା ଓଜଗୁରଙ୍କ ଦେହରେ ବାଜିଥିଲା। ଘଟଣାସ୍ଥଳରେ ସେ ଟଳିପଡିଥିଲେ ଆଉ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଆଉ କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଓଜଗୁରଙ୍କୁ ହତ୍ୟା କରାଯାଇଛି ଆଉ ପୋଲିସକୁ ବିଭ୍ରାନ୍ତ କରିବା ନେଇ ପୋଷା କୁକୁରର କାହାଣୀ କରାଯାଇଛି ବୋଲି କୁହାଯାଇଛି। ତେବେ ଏଯାଏ ପୋଲିସ୍ ହାତରେ କୌଣସି ସୁରାଗ ଲାଗି ନଥିବା ବେଳେ ପୋଲିସ ଏ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି।

ଏହା ବ୍ୟତୀତ ଓଜଗୁରଙ୍କ ଏପରି ଅନେକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଶିକାର ହୋଇଥିବା ମୃତ ପଶୁ ଓ ପକ୍ଷୀମାନଙ୍କ ସହିତ ସେ ନଜର ଆସିଛନ୍ତି। ସବୁ ସ୍ଥାନରେ ତାଙ୍କର କୌଣସି ନା କୌଣସି କୁକୁର ତାଙ୍କ ସହିତ ଥିବା ଦେଖାଯାଏ।

Advertisment
Dog shoots 32 year old ownerଓଜଗୁରଙ୍କ ସହ ତାଙ୍କ ପୋଷା କୁକୁର

ଏଭଳି ପରିସ୍ଥିତିରେ କେଉଁ କୁକୁର ଯୋଗୁଁ ସେ ପ୍ରାଣ ହରାଇଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରକାଶଥାଉ ଯେ ଆଉ ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଓଜଗୁର ବାପା ହୋଇଛନ୍ତି। ୧୪ ଦିନ ପୂର୍ବରୁ ତାଙ୍କ ଘରେ ଏକ ଶିଶୁର ଜନ୍ମ ହୋଇଛି।

ତେବେ ୨୦୧୮ ମସିହାରେ ମେକ୍ସିକୋରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ଜଣେ ବ୍ୟକ୍ତି ଶିକାର କରିବା ସମୟରେ ହଠାତ୍ ନିଜ ପୋଷା କୁକୁରର ଭୁଲ ଯୋଗୁଁ ତାଙ୍କ ପିଠିରେ ଗୁଳି ବାଜିଥିଲା।

Pet Animals Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ