Advertisment

କୁକୁର କରୁଛି ହେୟାର୍ ଷ୍ଟାଇଲି; ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ସେ ପୁଅ ହେଉ କି ଝିଅ ହେଉ ସମସ୍ତେ ଷ୍ଟାଇଲିସ୍ ଚୁଟି କରିବାକୁ ଚାହାନ୍ତି। ଏନେଇ ସେମାନେ ସେଲୁନ୍ କିମ୍ବା ପାର୍ଲର ଯାଇ ଚୁଟିକୁ କଲର କରନ୍ତି। କିନ୍ତୁ ଏଠି ଏମିତି ଏକ କୁକୁର ଅଛି ଯାହାର ସ୍ୱଭାବିକ ଭାବେ ଲମ୍ବା ଆଉ ସୁନେଲି କେଶ ରହିଛି।

ଅଦ୍ୟତନ ହୋଇଛି
Dog has such luscious hair, people shocked

Dog has such luscious hair, people shocked

Advertisment

କେଉଁ ଝିଅ ବା ନ ଦେଖେ ସୁନ୍ଦର ସୁନେଲି କେଶର ସ୍ୱପ୍ନ। ଏହି ଚକ୍କରରେ ସେମାନେ ପ୍ରତ୍ୟେକ ଉତ୍ପାଦ କିଣିବାକୁ ପ୍ରସ୍ତୁତ ହୋଇଯାଆନ୍ତି। କିନ୍ତୁ ସାମ୍ନାକୁ ଲୋଲା ନାମକ ଏମିତି ଏକ କୁକୁର ଆସିଛି ଯିଏ ସ୍ୱାଭାବିକ ଭାବରେ ଏପରି ସୁନ୍ଦର କେଶ ପାଇଛି। ଏହାର ମୋଟା ରେଶମୀ କେଶ ଦେଖି ଲୋକମାନେ ପ୍ରାୟତଃ ଭାବନ୍ତି ଯେ କୁକୁରଟି ବୋଧେ ଟୋପି ପିନ୍ଧିଛି। ଲିଡ୍ସର ରେବିକା ଡବସନ୍ ଲୋଲାର ମାଲିକ, ଯିଏ ନିଜ କୁକୁରର କେଶ ପାଇଁ ଖୁବ ଗର୍ବ କରନ୍ତି।

Advertisment

କକର୍ ସ୍ପାନିଏଲ୍ ଲୋଲାର ସୁନ୍ଦର କେଶ ଏକ ନକଲି ଚୁଟି ପରି ଲାଗେ। ତା’ର ମାଲିକାଣୀ ରେବିକା ତା’ର ଏହି ସୁନ୍ଦର କେଶକୁ ଖୁବ ଭଲ ପାଆନ୍ତି। ଲୋଲାର ଶରୀରର ରଙ୍ଗ ମାଟିଆ ହୋଇଥିବା ବେଳେ କେଶର ରଙ୍ଗ କିନ୍ତୁ ସମ୍ପୂର୍ଣ୍ଣ ସୁନେଲି। ୨୨ ବର୍ଷୀୟ ରେବିକାଙ୍କ ୩ ବର୍ଷର କୁକୁର ଲୋଲାର କେଶର ରଙ୍ଗ ଦେଖି ଲୋକମାନେ ଭାବନ୍ତି ଯେ ସେ ବୋଧେ ତା’ ଚୁଟିକୁ ଏମିତି ରଙ୍ଗ କରିଛନ୍ତି। କିନ୍ତୁ ତାହା କୃତ୍ରୀମ ନୁହେଁ ବରଂ ସ୍ୱଭାବିକ। ଲୋଲାର ଏଭଳି ଚମତ୍କାର କେଶ ଯୋଗୁଁ ଲୋକମାନେ ତା ସହ ଫଟୋ ଉଠାଇବାକୁ ଖୁବ୍ ପସନ୍ଦ କରନ୍ତି।

ରେବିକା ଏକ କୁକୁର ଡେ କେୟାର ବ୍ୟବସାୟ ଚଳାନ୍ତି। ସେ କୁହନ୍ତି ଯେ ତାଙ୍କ କୁକୁର ତା’ର କେଶ ନେଇ ଅନେକ ପ୍ରଶଂସା ପାଇଥାଏ। ଲୋକମାନେ ବାଟରେ ଅଟକି ଯାଆନ୍ତି ଏବଂ କୁକୁରର ସିନେଲି କେଶକୁ ନେଇ ପଚାରନ୍ତି। ମିଷ୍ଟ୍ରେସ୍ ରେବିକା ଲୋଲାଙ୍କ କେଶକୁ ବିଭିନ୍ନ ଆସେସୋରିଜ୍ ସହିତ ସଜାନ୍ତି। ଲୋକମାନେ ଯେତେବେଳେ ଜାଣନ୍ତି ଯେ କୁକୁରର କେଶ ରଙ୍ଗ କରାଯାଇ ନାହିଁ କି କୌଣସି ନକଲି କେଶ ଲଗାଯାଇ ନାହିଁ, ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କୁକୁରର ମୁହଁ ଏବଂ କେଶର ଭିନ୍ନ ରଙ୍ଗ ହେତୁ ଅଧିକାଂଶ ଲୋକ କେଶକୁ ନକଲି ବୋଲି ଭାବନ୍ତି।

Advertisment
Dog has such luscious hair, people shockedକୁକୁର କରୁଛି ହେୟାର୍ ଷ୍ଟାଇଲି; ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଲୋଲାର ସୁନ୍ଦର କେଶ ପାଇଁ ସମସ୍ତେ ‌ଈର୍ଷା ମଧ୍ୟ କରନ୍ତି। ହେୟାର ଡ୍ରେସର୍‌ମାନେ ତା କେଶର ଫଟୋ ନିଅନ୍ତି, ଯାହାକୁ ସେମାନେ ରେଫରେନ୍ସ ଭାବେ ବ୍ୟବହାର କରନ୍ତି। ରେବିକା କହିଛନ୍ତି ଯେ ଲୋଲାର କେଶ ଆଗରୁ ଏତେ ସୁନ୍ଦର ନ ଥିଲା। ପୂର୍ବରୁ ଲୋଲାର ମୁଣ୍ଡରେ ଛୋଟ ଛୋଟ ଲୋମ ଥିଲା। ପରେ ଏହା ବଢିବା ସହିତ ଲମ୍ବା ଏବଂ ସୁନେଲି ହୋଇଗଲା।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ