Advertisment

କୁକୁର ସାଜିଲା ଲେଖକ; ଲେଖିଲା ବହି

କୁହାଯାଏ ପଶୁମାନେ ହେଉଛନ୍ତି ମୂକ ଆଉ ବିଚାରଶୂନ୍ୟ। ସେମାନେ ନା କିଛି କହିପାରନ୍ତି ନା କିଛି ବୁଝିପାରନ୍ତି। ସମାଜ ଠାରୁ ସେମାନେ ବହୁ ଦୂରରେ। କିନ୍ତୁ ମଣିଷର ଏହି ଚିନ୍ତାଧାରାକୁ ଏକ କୁକୁର ଭୁଲ ପ୍ରମାଣିତ କରିଛି। ସେ ଏବେ ଲେଖକ ହୋଇପାରିଛି ଆଉ ଏକ ବହି ମଧ୍ୟ ଲେଖିଛି।

ଅଦ୍ୟତନ ହୋଇଛି
Dog become writer and wrote book

Dog become writer and wrote book

Advertisment

ଏ ଦୁନିଆରେ ଅନେକ ପଶୁପ୍ରେମୀ ଅଛନ୍ତି। ସେମାନେ ମଣିଷମାନଙ୍କ ଅପେକ୍ଷା ପଶୁମାନଙ୍କୁ ଅଧିକ ଭଲ ପାଆନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ପଶୁପ୍ରେମୀ ଯଦିଓ ପ୍ରାଣୀମାନଙ୍କର ଭାଷାକୁ ବୁଝି ନ ପାରନ୍ତି ସେମାନେ ତାଙ୍କ କଥାକୁ ଭଲଭାବେ ବୁଝିପାରନ୍ତି। ସେମାନେ କେବଳ ଅଙ୍ଗଭଙ୍ଗୀକୁ ଲକ୍ଷ କରି ସେମାନଙ୍କ କଥାକୁ ବୁଝିଯାଇଥାନ୍ତି।

Advertisment

କିନ୍ତୁ ଆମେ ଏଠି ଏମିତି ଏକ ମହିଳାଙ୍କ ବିଷ୍ୟରେ କହିବାକୁ ଯାଉଛୁ ଯିଏ କୁକୁରମାନଙ୍କର ଭାଷାକୁ ବୁଝିବା ସହିତ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ମହିଳା ଜଣକ ବର୍ତ୍ତମାନ ନିଜ କୁକୁରକୁ ଜଣେ ଲେଖକ କରିପାରିଛନ୍ତି।

ବ୍ରିଟେନ୍‌ର ନର୍ଥ ୱେଲ୍ସରେ ରହୁଥିବା ୮୦ ବର୍ଷର ସିଲ୍‌ଭିଆ ଇଭାନ୍ସ ଏଭଳି କହିଛନ୍ତି। ତାଙ୍କର ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କୁକୁରମାନଙ୍କ ସହ କଥା ହୋଇପାରନ୍ତି ବୋଲି ସିଲ୍‌ଭିଆ କହିଛନ୍ତି। ବର୍ତ୍ତମାନ ଆପଣ କହିପାରନ୍ତି ଯେ କୁକୁରମାନଙ୍କ କଥା ତ ଯେ କେହି ବି ବୁଝିପାରିବ। କିନ୍ତୁ ସିଲ୍‌ଭିଆ କୁହନ୍ତି ଯେ ସେ ସେମାନଙ୍କ ସହିତ କୁକୁରମାନଙ୍କ ଭାଷାରେ ହିଁ କଥା ହୁଅନ୍ତି। ସିଲ୍‌ଭିଆ କହିଛନ୍ତି ଯେ ତାଙ୍କ ପାଖରେ ୩ ବର୍ଷୀୟ ଚିହୁଆହୁଆ ଏବଂ ଜ୍ୟାକ୍ ରସେଲ୍‌ ପ୍ରଜାତିର କ୍ରସ୍ କୁକୁର ଅଛି।

Advertisment

ସିଲ୍‌ଭିଆ କହିଛନ୍ତି ଯେ ତାଙ୍କ କୁକୁର ତାଙ୍କୁ କହିଛି ଯେ ସେ ବହି ଲେଖିବାକୁ ଚାହୁଁଛି। ଏହାପରେ ସେ ସ୍ଥିର କଲେ ଯେ ସେ ତାଙ୍କ କୁକୁରକୁ ଏ ଦିଗରେ ସାହାଯ୍ୟ କରିବେ। ସିଲ୍‌ଭିଆ ଜଣେ ଅବସରପ୍ରାପ୍ତ ମହିଳା ଏବଂ ବର୍ତ୍ତମାନ ସେ ତାଙ୍କ କୁକୁରକୁ ଲେଖକ ଭାବରେ ତିଆରି କରି ଦେଇଛନ୍ତି। କିନ୍ତୁ ଏ କଥା ଶୁଣି ଲୋକମାନେ ତାଙ୍କୁ ପାଗଳ ବୋଲି ଭାବନ୍ତି। ସିଲ୍‌ଭିଆ କୁହନ୍ତି ଯେ ସେ ଯେତେବେଳେ କାହାକୁ କୁହନ୍ତି ଯେ ତାଙ୍କ କୁକୁର ଏକ ବହି ଲେଖିଛି, ସେମାନେ ତାଙ୍କୁ ପାଗଳ ଭାବିବା ଆରମ୍ଭ କରିଦିଅନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ବି ଯଦି କଥା ଶୁଣିଥାନ୍ତେ ତେବେ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତେ। କିନ୍ତୁ ଏହା ସତ୍ଅ ଯେ ତାଙ୍କ କୁକୁର ଲେଖକ ହୋଇଯାଇଛି।

ମହିଳା ଜଣକ କହିଛନ୍ତି ଯେ ତାଙ୍କ କୁକୁର ତାଙ୍କୁ ତା’ର ଭାଷାରେ ଡିକ୍ଟେଟ୍ କଲା ଏବଂ ସେ ଏହାକୁ ଇଂରାଜୀରେ ଲେଖିଥିଲେ। କେବଳ ଏତିକି ନୁହେଁ, ଇଭାନ୍ସ ମଧ୍ୟ ଜଣେ କଳାକାର। ଏନେଇ ସେ ନିଜେ ଏହି ବହିର କଭର ଡିଜାଇନ୍ କରିଥିଲେ। ସେ କୁହନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ତାଙ୍କ କୁକୁର ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ଦୁହେଁ ପରସ୍ପର ସହିତ ବହୁତ ମଜ୍ଜାମସ୍ତି କରନ୍ତି ଏବଂ ବହୁତ ଖୁସିରେ ରୁହନ୍ତି। ତେବେ ଇଭାନ୍ସ ଫେବୃଆରୀ ୨୦୨୦ରେ ଏହି କୁକୁରକୁ ଆଡପ୍ଟ କରିଥିଲେ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ