Advertisment

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ଧାରୀ ଚିକିତ୍ସା : ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା

ବରଗଡ଼ ସହର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ଅଦ୍ୟତନ ହୋଇଛି
torch light

torch light

Advertisment

ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରୋଗୀମାନେ କେମିତି ଉତ୍ତମ ସ୍ୱାସ୍ଥ୍ୟ ପାଇପାରିବେ ସେନେଇ ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ବରଗଡ଼ ସହର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା । ଘଣ୍ଟା ଘଣ୍ଟା ଧରି ପାୱାରକଟ ଯୋଗୁଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ଏଭଳି ଢଙ୍ଗରେ ଅନ୍ଧାରୀ ଚିକିତ୍ସା ଚାଲିଛି । ମେଡିକାଲରେ ଜେନେରେଟର ବ୍ୟବସ୍ଥା ଥିବା ସତ୍ତ୍ୱେ ତେଲ ନଥିବା କହୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଇଞ୍ଜେକସନଠୁ ଆରମ୍ଭ କରି ସାଲାଇନ, ରକ୍ତ ଓ ବ୍ୟାଣ୍ଡେଜ ସବୁ କିଛି ଟର୍ଚ୍ଚ ଆଲୁଅରେ କରାଯାଉଛି ।

Advertisment

ଗୋଟିଏ ପଟେ ଗ୍ରୀଷ୍ମ ରୁଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟ ପଟେ ବିଦ୍ୟୁତ ସରବର ବ୍ୟାଘାତ ଲାଗିବା ସହିତ ବାରମ୍ବାର ପାୱାର କଟ ହେଉଛି । ଫଳରେ ବରଗଡ ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଘଣ୍ଟା ଘଣ୍ଟା ଧରି ପାୱାର କଟ୍ ହେଉଛି । ଯଦ୍ଵାରା ହସ୍ପିଟାଲରେ ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀ ଚିକିତ୍ସା କରାଯାଉଛି ।

ବରଗଡ ସହ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସହରର ପ୍ରାୟ ଦୁଇ ଲକ୍ଷ ଲୋକ ନିର୍ଭରଶୀଳ । କିନ୍ତୁ ଏଠି ବାରମ୍ବାର ପାୱାର କଟ ଯୋଗୁଁ ରୋଗୀମାନେ ହଇରାଣ ହେବା ସହିତ ସେମାନଙ୍କ ଜୀବନ ବାଜିରେ ଲାଗିଛି । ଅଧିକାରୀଙ୍କୁ ପଚାରିବାରୁ ତେଲ ସରିଯାଇଛି ବୋଲି କହି କଥାକୁ ମଜାକରେ ଉଡାଇ ଦେଉଛନ୍ତି ।

Advertisment

ଏହି ଘଟଣାକୁ ନେଇ ରୋଗୀ ଓ ସଂପର୍କୀୟଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କ୍ୟାମେରା ସାମନାରେ କେହି କିଛି କହିବାକୁ ମନା କରିଛନ୍ତି ।

Power Cut Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ