Doctors take out steel glass from patient's stomach in Ganjam
ପେଟ ଭିତରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍ ଗ୍ଳାସ୍କୁ ବାହାର କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଅଞ୍ଚଳର ଏହି ଘଟଣା ଘଟିଛି। ବ୍ରହ୍ମପୁର MKCG ମେଡିକାଲ୍ ସର୍ଜରୀ ବିଭାଗରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।
ସୂଚନା ଅନୁସାରେ, କୃଷ୍ଣ ରାଉତ ନାମକ ଜଣେ ଯୁବକ ଗୁଜୁରାଟର ସୁରତକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ। ୧୦ ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ କୃଷ୍ଣ ସୁରତ ଛାଡ଼ି ନିଜ ଗାଁକୁ ଫେରି ଆସିଥିଲେ। ପରେ ତାଙ୍କର ପେଟ ଓ ଗୋଡ଼ ଫୁଲିବାରେ ଲାଗିଥିଲା।
ପୀଡ଼ା ଅସହ୍ୟ ହେବାପରେ ସେ MKCG ଡାକ୍ତର ଟିମ୍ଙ୍କ ସହ ପରାମର୍ଶ କରିବା ସହ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ପେଟ ଭିତରୁ ଷ୍ଟିଲ୍ ଗ୍ଲାସ୍ ବାହାର କରିଥିଲେ। ଅପରେସନ ପରେ କୃଷ୍ଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661139633.jpg)