Advertisment

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ

ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ ନାମରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ ୨୦୨୨ ରେ ସ୍ଥାନ ପାଇଛନ୍ତି ।

ଅଦ୍ୟତନ ହୋଇଛି
Dr Sagar Pradhan

Dr Sagar Pradhan

Advertisment

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡିଆ ଲେଖକ ଡକ୍ଟର ସାଗର ପ୍ରଧାନ । ପରିବେଶ ସଫେଇ ଅଭିଯାନ ପାଇଁ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ପାଇଁ ଲେଖକ ତଥା ପରିବେଶବିତ୍ ଡକ୍ଟର ସାଗର ପ୍ରଧାନ ନିକଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି।

Advertisment

ଡକ୍ଟର ପ୍ରଧାନ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଅଢ଼ଙ୍ଗା ମଲ୍ଲିକେଶ୍ୱରପୁରର ବାସିନ୍ଦା । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଅନୁଯାୟୀ "ଚାରା ରୋପଣ, ବେଳାଭୂମି ସଫେଇ, ପୋଖରୀର ପୁନରୁଦ୍ଧାର, ମୃତ୍ତିକା କ୍ଷୟ ରୋକିବା ଆଦି କାମ ପାଇଁ ଡକ୍ଟର ପ୍ରଧାନ ତାଙ୍କ ପୁସ୍ତକ ର ସମସ୍ତ ରୟାଲଟି ଅର୍ଥ ଦାନ କରିଛନ୍ତି । ଏହା ଛଡା ଇଲେକ୍ଟ୍ରୋନିକ୍ ଓ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକ ସମସ୍ୟା, କାର୍ବନ ଫୁଟ୍ ପ୍ରିଣ୍ଟ ହ୍ରାସ କରିବା ଇତ୍ୟାଦି ଦିଗରେ ଅନେକ ପରିବେଶ ସଚେତନତା ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।

ତାଙ୍କର ଏହି ପରିବେଶ ସୁରକ୍ଷା ଦିଗରେ କରିଥିବା ପ୍ରଚେଷ୍ଠା ପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ୨୦୨୨ ରେ ସ୍ଥାନ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିବେଶ ସୁରକ୍ଷା ଦିଗରେ ତାଙ୍କ ଉଦ୍ୟମ ପାଇଁ ତାଙ୍କୁ ମିଳିତ ଜାତିସଂଘ "ବିଶ୍ୱ ପରିବେଶ ଦିବସ ହିରୋ -୨୦୨୦" ଭାବେ ମଧ୍ୟ ନାମିତ କରିସାରିଛି। ସେ ମଧ୍ୟ କୋଲ୍ଟ ଟେକ୍ନୋଲୋଜି, ଲଣ୍ଡନ ର ମୁଖ୍ୟ କେରି ଗିଲ୍ଡର୍ ଏବଂ ପ୍ରସିଦ୍ଧ ପୋଲାର ଏକ୍ସପ୍ଲୋରର ରବର୍ଟ ସ୍ଵାନଙ୍କ ଦ୍ଵାରା କ୍ଲାଇମେଟ୍ ଫୋର୍ସ 2041 ସଷ୍ଟେନେବିଲିଟି ଚାମ୍ପିଅନ୍ ତାଲିକା ର ଶ୍ରେଷ୍ଠ ୩ ତାଲିକା ରେ ସ୍ଥାନ ପାଇଥିଲେ।

Advertisment

ଡକ୍ଟର ପ୍ରଧାନ ଗତ ଏକ ଦଶନ୍ଧି ଧରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଇଣ୍ଟରନେଟ୍ ଅଫ ଥିଙ୍ଗସ, ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ପରିଚାଳନା, ଅନ୍ତରୀକ୍ଷ ବିଜ୍ଞାନ ସମ୍ବନ୍ଧୀୟ ଏକାଧିକ ପୁସ୍ତକ ଏବଂ ଅନୁସନ୍ଧାନ ଆଲେଖ୍ୟ ଇତ୍ୟାଦି ରଚନା କରି ସାରିଛନ୍ତି । ଏହି ପୁସ୍ତକ ଗୁଡ଼ିକ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମ ରେ ସ୍ଥାନ ପାଇଛି, ଯାହା ଦ୍ୱାରା ଅନେକ ଛାତ୍ର ଛାତ୍ରୀ ତାଙ୍କ ଅନୁସନ୍ଧାନ ରେ ପ୍ରୟୋଗ କରି ଉପକୃତ ମଧ୍ୟ ହେଉଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେ ତାଙ୍କର ଏହି ଉପଲବ୍ଧି ପାଇଁ ପୁର୍ବରୁ ମିଳିତ ଜାତିସଂଘର ପରିବେଶ ହିରୋ ସମ୍ମାନ, ଷ୍ଟୋରୀମିରର ସର୍ବଶ୍ରେଷ୍ଠ ଲେଖକ ସମ୍ମାନ , ଇୟୁ ଅନ୍ତର୍ଜାତୀୟ ଲେଖକ ସମ୍ମାନ , ରୋଟାରୀ ସାହିତ୍ୟ ସମ୍ମାନ ଇତ୍ୟାଦି ରେ ସମ୍ମାନିତ ହୋଇସାରିଛନ୍ତି।ଇଣ୍ଟରନେଟ୍ ଅଫ ଥିଙ୍ଗସ କ୍ଷେତ୍ରରେ ସାଗରଙ୍କ ଅନୁସନ୍ଧାନ ପାଇଁ ତାଙ୍କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶି ଲାଲ୍ ମଧ୍ୟ ସମ୍ମାନିତ କରିଛନ୍ତି।

Advertisment
India Book Of Records
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ