Advertisment

କେମିତି ହେଲା ଯୁବ ଡାକ୍ତରଙ୍କ ମୃତ୍ୟୁ ? ୨୪ ଘଣ୍ଟା ପରେ ବି ସସ୍‌ପେନ୍ସ

କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।

undefined

Doctor Sachin Sahu found dead in his residence in Odisha’s Baripada; police starts investigation

Advertisment

ପ୍ରେମ ପାଇଁ ନା ଟଙ୍କାକୁ ନେଇ ବାରିପଦା PRM ମେଡିକାଲ କଲେଜର ଯୁବ ଡାକ୍ତରଙ୍କ ପ୍ରାଣଗଲା ? ୨୪ ଘଣ୍ଟା ପରେ ବି ଲାଗିରହିଛି ରହସ୍ୟ । ଡାକ୍ତରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ ଡାକ୍ତରୀ ଛାତ୍ରୀ ତଥା ସଚିନଙ୍କ ବାନ୍ଧବୀଙ୍କ ବାପା କିନ୍ତୁ ଖଣ୍ଡନ କରିଛନ୍ତି । କହିଛନ୍ତି, କ୍ରେଡିଟ୍ କାର୍ଡରୁ ଟଙ୍କା ଗାୟବକୁ ନେଇ ଉଭୟଙ୍କ ମଧ୍ୟରେ ଉପୁଜିଥିବା ମତାନ୍ତରରୁ ସଚିନ ସୁଇସାଇଡ୍ କରିଛନ୍ତି । ବାରିପଦା ପୋଲିସ ସଂପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ପଚରାଉଚରା ସହ ଲ୍ୟାପଟପ୍ ଓ ମୋବାଇଲ ଜବତ କରି ଖୋଳତାଡ଼ କରୁଛି ।

Advertisment

ଆଖିରେ ଥିଲା ଆଖିଏ ସ୍ୱପ୍ନ... ଡାକ୍ତର ବନି ରୋଗୀସେବା କରିବାର ଥିଲା ଦୁର୍ବାର ଇଚ୍ଛା...ନିମ୍ନ ମଧ୍ୟବିତ୍ତ ଶିକ୍ଷକ ପରିବାର ପାଇଁ କେମିତି ସାହା ଭରସା ସାଜିବେ ସେହି ଲକ୍ଷ୍ୟରେ ବଢିଚାଲୁଥିଲେ ଆଗକୁ। ହେଲେ ଏହି ବୟସରେ ଏମିତି ଯେ ଘଟଣା ଘଟିଯିବ, ମୃତ୍ୟୁର ଶୀତଳ କୋଳକୁ ଟାଣିହୋଇଯିବ ଜୀବନ, ଜାଣିବା ପରେ ଆଜି ନିର୍ବାକ ପରିବାର..ସ୍ତବ୍ଧ ଆତ୍ମୀୟ ସ୍ୱଜନ, ସାଙ୍ଗ, ସାଥୀ ଓ ଗୁରୁଜନ। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ହାଉସ ସର୍ଜନ ଡାକ୍ତର ସଚିନ ସାହୁଙ୍କ ମୃତ୍ୟୁକୁ ନେଇ ହଲଚଲ୍ ବାରିପଦାରୁ କେନ୍ଦୁଝର ।

କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି । ଏହା ପଛରେ ରହିଛି ସଚିନଙ୍କ ବାନ୍ଧବୀ ତଥା ଜଣେ ଡାକ୍ତରୀ ଛାତ୍ରୀଙ୍କ ହାତ । ଯାହାଙ୍କ ସହ ଥିଲା ଅନ୍ତରଙ୍ଗ ସମ୍ପର୍କ ।

Advertisment

ଅଭାବ ସତ୍ତ୍ୱେ ପୁଅ ସଚିନଙ୍କୁ ଡାକ୍ତରୀ ପାଠ ପଢ଼ାଉଥିଲେ ଅବସରପ୍ରାପ୍ତ ଶିକ୍ଷକ ଜ୍ଞାନେନ୍ଦ୍ର କୁମାର ସାହୁ । ପାଠପଢ଼ା ଭିତରେ ଶାନ୍ତ ଓ ସରଳ ସ୍ୱଭାବର ସଚିନଙ୍କ ସହ PRM ମେଡିକାଲ କଲେଜରେ ପଢୁଥିବା କେନ୍ଦୁଝର ଜିଲ୍ଲାର ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଘନିଷ୍ଠ ସଂପର୍କ ଥିଲା । ସଂପୃକ୍ତ ଛାତ୍ରୀଙ୍କ ବାପାଙ୍କ କହିବା କଥା, ଗତ ସପ୍ତାହରେ ସଚିନ୍ ନିଜର କ୍ରେଡିଟ୍ କାର୍ଡର ଓଟିପି ନମ୍ବର ଅନ୍ୟ ଜଣଙ୍କୁ ସେୟାର କରିଦେଇଥିଲେ । ପରିଣାମ ସ୍ୱରୂପ ସଚିନଙ୍କ ଆକାଉଣ୍ଟରୁ ୯୭ ହଜାର ଟଙ୍କା ଗାୟବ୍ ହୋଇଯାଇଥିଲା । ଯାହାକୁ ନେଇ ସଂପୃକ୍ତ ବାନ୍ଧବୀ ଓ ସଚିନ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ଏ ସଂପର୍କରେ ଘରେ କହିଲେ ଜୀବନ ହାରିଦେବି ବୋଲି ସଚିନ କହିଥିବା କହିଛନ୍ତି ସଂପୃକ୍ତ ଡାକ୍ତରୀ ଛାତ୍ରୀଙ୍କ ବାପା ।

ସତରେ କ’ଣ ଆକାଉଣ୍ଟରୁ ଟଙ୍କା ଗାୟବକୁ ନେଇ ସଚିନ ଜୀବନ ହାରିଦେଲେ ନା ଅନ୍ତରଙ୍ଗ ସଂପର୍କରେ ଫାଟ ଯୋଗୁଁ ଘଟିଲା ରହସ୍ୟଜନକ ମୃତ୍ୟୁ ? ଜଣେ ଶିକ୍ଷିତ ଯୁବକ ହୋଇ କେମିତି OTP ସେୟାର୍ କରିଦେଲେ ସଚିନ ? ଯଦି ଟଙ୍କା ଗାୟବ ହୋଇଗଲା, ସଚିନ ତୁରନ୍ତ ପୋଲିସର କାହିଁକି ଆଶ୍ରୟ ନେଲେ ନାହିଁ ? ଏଭଳି ନାନା ପ୍ରଶ୍ନ ଭିତରେ ପୋଲିସ, ସଚିନଙ୍କ ବାନ୍ଧବୀଙ୍କୁ ପଚରାଉଚରା ସହ ଉଭୟଙ୍କ ମୋବାଇଲ୍ ଓ ଲ୍ୟାପଟପ୍ ଜବତ କରି ସାଇଣ୍ଟିଫିକ୍ ଟିମ୍
ସହାୟତାରେ ଖୋଳତାଡ଼ କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ