ଆଜିଠାରୁ ୪୦୦ରୁ ୨୫୦ କୋଟି ବର୍ଷ ପୂର୍ବରୁ ଆକେର୍ଇୟନ୍ ଯୁଗରେ ବ୍ରହ୍ମାଣ୍ଡରେ ସବୁକିଛି ବେଶ୍ ଅଶାନ୍ତ ଥିଲା । ଆଗେ୍ନୟଗିରି ବିସେ୍ଫାରଣ, ଉଲକାପିଣ୍ଡ ବର୍ଷା, ସୂର୍ଯ୍ୟଙ୍କର ହାଲୁକା କିରଣ ପୃଥିବୀରେ ପଡୁଥିଲା ସେ ସମୟରେ । ସେ ସମୟରେ ଆମ ପୃଥିବୀର ଘୂର୍ଣ୍ଣ ଆହୁରି ଅଧିକ ରହିଥିଲା । ଆଉ ସେହି ସମୟରେ ସୃଷ୍ଟି ହୋଇଥିଲା ମହାଦ୍ୱୀପ । କୁହାଯାଏ ମହାଦ୍ୱୀପ ଗୁଡିକର ଉତ୍ପତ୍ତି ଆମ ବ୍ରହ୍ମାଣ୍ଡର ସର୍ବପୁରାତନ ପ୍ରକ୍ରିୟା । କିନ୍ତୁ ସେ ସମୟଠାରୁ ବି ପୂର୍ବରୁ ଅର୍ଥାତ୍ ଆଜିଠାରୁ କୋଟି କୋଟି ବର୍ଷ ପୂର୍ବରୁ ସାଉଥ୍ ଆଫ୍ରିକାରେ ଏକ ପର୍ବତର ଉତ୍ପତ୍ତି ହୋଇଥିଲା । ଯାହାକୁ କୁହାଯାଏ 'ମାଖୋଞ୍ଜୱା' ପର୍ବତ । ଯାହାର ସୃଷ୍ଟି-ଇତିହାସ ବେଶ୍ ରୋମାଂଚକର। ଆଉ ଏହା ବିଶ୍ୱ ଐତିହ୍ୟ ଶେ୍ରଣୀରେ ମଧ୍ୟ ସାମିଲ ହୋଇସାରିଛି ।
Also Read
ବାର୍ବଟନ ସହର ଏହି ପର୍ବତ ପାଦଦେଶରେ ଅବସ୍ଥିତ । ତେବେ ବୈଜ୍ଞାନିକ ଆକଳନ ଅନୁଯାୟୀ ଏହି ପାହାଡ ଆଜକୁ ପ୍ରାୟ ୩କୋଟି ୫୭ଲକ୍ଷ ବର୍ଷ ପୁରୁଣା । ଏହା ସମୁଦ୍ରରୁ ଉତ୍ପତ୍ତି ହୋଇଥିବା ଭୂମିର ପ୍ରଥମ ଅଂଶ । ନିକଟ ଅତୀତରେ ଏହି ପାହାଡକୁ ୟୁନେସେ୍କା ବିସ୍ୱ ଐତିହ୍ୟରେ ସାମିଲ କରିଛି । ଏହାକୁ ବାର୍ବର୍ଟନ ଗ୍ରୀନ ଷେ୍ଟାନ ବେଲ୍ଟ ବୋଲି ମଧ୍ୟ କୁହାଯାଏ । ଏହା ପୃଥିବୀ ପୃଷ୍ଠରେ ଥିବା ସବୁଠାରୁ ପୁରୁଣା ଭୂମିଗତ ଚଟ୍ଟାଣ ମଧ୍ୟରୁ ଗୋଟିଏ । ୨୦୧୪ରେ ବାର୍ବର୍ଟନ-ମଙେ୍ଖାଜ୍ୱା ଜିୟୋଟେ୍ରଲ ଆରମ୍ଭ ହୋଇଥିଲା । ଏହି ଟେ୍ରଲରେ ପର୍ଯ୍ୟଟକମାନଙ୍କୁ ପ୍ରକୃତିର ଐତିହ୍ୟ ବୁଲାଯାଉଥିଲା ।
ଏହା ବାର୍ବର୍ଟନରୁ ଆରମ୍ଭ ହୋଇ ଈଶ୍ୱାତିନୀ ଅର୍ଥାତ୍ ପୁରୁଣା ସ୍ୱିଜରଲ୍ୟାଣ୍ଡର ସୀମା ପର୍ଯ୍ୟନ୍ତ ଯାଇଥାଏ । ଯାହା ମାଖୋଞ୍ଜୱା ପର୍ବତ ଦେଇଯାଇଥାଏ । ଏହି ଟେ୍ରଲରେ ଯାତ୍ରା କରିବା ସମୟରେ ଆପଣ ପୃଥିବୀର ବିକାଶର କୋଟି କୋଟି ବର୍ଷ ପୁରୁଣା ଇତିହାସର ପ୍ରମାଣ ପାଇପାରିବେ । ଏହି ଠାରେ ଜୀବନର ପ୍ରଥମ ବୀଜ ଅଙ୍କୁରିତ ହୋଇଥିଲା ବୋଲି କୁହାଯାଏ । ତେଣୁ ଜୀବନର ପ୍ରଥମ ଠିକଣା ବୋଲି ମଧ୍ୟ ଏହି ପର୍ବତକୁ କୁହାଯାଏ ।
ଏହି ଜିଓଟେ୍ରଲର ଆରମ୍ଭ ଜର୍ମାନୀର ଜେନା ୟୁନିଭର୍ସଟିର ପ୍ରଫେସର କ୍ରିଷେ୍ଟାଫର ହ୍ୟୁବେକ ଓ ସ୍ଥାନୀୟ ଗାଇଡା ଟୋନୀ ଫେରାର କରିଥିଲେ । ଏହି ଦୁଇଜଣ ମିଶି ଏହି ଜିଓଟେ୍ରଲର ଗାଇଡ୍ ବୁକ୍ ମଧ୍ୟ ଲେଖିଥିଲେ । ଆକେର୍ଇୟନ୍ ଯୁଗ ସମୟରେ ପୃଥିବୀ ପୃଷ୍ଠରେ ଅକ୍ସିଜେନ ନଥିଲା । ସେ ସମୟରେ ଯେଉଁ ପ୍ରଥମ ବ୍ୟାକେ୍ଟରିଆ ବିକଶିତ ହୋଇଥିଲା । ତାହାକୁ ଫୋଟୋଫେରୋଟ୍ରାଫ୍ସ କୁହାଯାଏ ।
ଯାହା ସେ ସମୟରେ ସମୁଦ୍ରରେ ଥିବା ପାଣି ଓ କାର୍ବନ ଡାଇ ଅକ୍ସାଇଡକୁ ସୂର୍ଯ୍ୟ କିରଣ ସାହାଯ୍ୟ ନେଇ ନିଜ ବିକାଶର ରାସ୍ତା ନିର୍ମାଣ କରିଥିଲେ । ଯେତେବେଳେ ଏହି ରାସାୟନିକ ପ୍ରକ୍ରିୟା ହେଉଥିଲା, ସେତେବେଳେ ଏହି ବ୍ୟାକେ୍ଟରିଆରୁ ଅକ୍ସିଜେନ୍ ବାହାରିଥାଏ । ଆଉ ଜିଓଟେ୍ରଲ ମାଧ୍ୟମରେ ହି ଏହି ସବୁ ପ୍ରକ୍ରିୟାର ପ୍ରମାଣ ମିଳିପାରୁଛି ।
ଯେତେବେଳେ ଏହି ପର୍ବତାଂଚଳରେ ଜୀବନର ପ୍ରଥମ ପ୍ରମାଣ ବୈଜ୍ଞାନିକମାନେ ଖୋଜି ବାହାର କରିଥିଲେ । ସେତେବେଳକୁ ବୈଜ୍ଞାନିକମାନେ ଆଉ ଏକ ଖଜଣାର ସନ୍ଧାନ ପାଇସାରିଥିଲେ । ଆଉ ତାହା ଥିଲା ସୁନା । ୧୮୮୪ରେ ଏଠାରେ ସୁନାର ଠିକଣା ମିଳିଥିଲା । ଏହାପରେ ଏଠାରେ ଅନୁସନ୍ଧାନ ଆହୁରି ଜୋରଦାର ହୋଇଥିଲା । କୁହାଯାଏ ଏଠାରେ ପ୍ରଚୁରମାତ୍ରାରେ ସୁନାର ସନ୍ଧାନ ମିଳିଥିଲା । ଆଉ ତାହାର ସବୁଠାରୁ ବଡ ଠିକଣା ଥିଲା ଗୋଲଡେନ୍ କେ୍ୱରୀ ।
ଆଜି ବି ଏଠାରେ ସୁନାର ସନ୍ଧାନ ଜାରି ରହିଛି । ଏହି ଖନନ ୧୩୦ ବର୍ଷ ହେବ ଚାଲିଆସୁଛି । ଶେବା ରିଫ ନିକଟରେ ରହିଛି ୟୁରେକା ସିଟି । ଗୋଲଡେନ୍ କେ୍ୱରୀର ସନ୍ଧାନ ପରେ ଏହି ସହର ବସିଥିଲା । ଗୋଟେ ସମୟରେ ଏଠାରେ ୭୦୦ ଲୋକ ରହୁଥିଲେ । ସେତେବେଳେ ଏହି ୟୁରେକା ସିଟିରେ ଦୋକାନ, ହୋଟେଲ, ମ୍ୟୁଜିକ ହଲ୍, ଟେନିସ୍ କୋର୍ଟ ସବୁକିଛି ରହିଥିଲା । ଏପରିକି ଏଠାରେ ହର୍ସରାଇଡିଂ ପାଇଁ ମଧ୍ୟ ଟ୍ରାକ୍ ରହିଥିଲା । କିନ୍ତୁ ୧୯୨୪ ମସିହା ବେଳକୁ ଏହି ସହର ଧୀରେ ଧୀରେ ଜନଶୂନ୍ୟ ହେବାକୁ ଲାଗିଲା । ଏଠାରେ ଅନେକ ଘୁମନ୍ତୁ କଳାକାର ବା ଯାଯାବର କଳାକାରମାନେ ମାନେ ମଧ୍ୟ ରହିଛନ୍ତି । ଯେଉଁମାନେ ନିଜ କଳା ମାଧ୍ୟମରେ ଏହି ସ୍ଥାନର ପ୍ରଚାର ପ୍ରସାର କରିଛନ୍ତି । ଏବେ ସମୟ ବଦଳିଛି, ସମୟ ସହ ଅନେକ ଘଟଣାବଳୀ ଇତିହାସ ପାଲଟିଛି । କିନ୍ତୁ ଏହି ପର୍ବତ ମଙେ୍ଖାଜ୍ୱା ଆଜି ବି ନିଜର ଅସ୍ତିତ୍ୱ ବଜାୟ ରଖିଛି ।