ଟଙ୍କା ପାଇଁ ୩୦ କି.ମି. ଦୂର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଗଲେ ଦିବ୍ୟାଙ୍ଗ ବୃଦ୍ଧା । ରାଜ୍ୟ ସରକାରଙ୍କ ଦୁଆର ମୁହଁରେ ବ୍ୟାଙ୍କିଂ ସେବା ବ୍ୟବସ୍ଥାକୁ ଉପହାସ କଲା ଭଳି ଏ ଚିତ୍ର ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରୁ ଆସିଛି ।
ସୂଚନା ଅନୁସାରେ, ବଡ଼ମାଳ ବଜାରପଡ଼ାର ୬୮ ବର୍ଷୀୟା ବୃଦ୍ଧା ଟେରସା ବାର୍ଲା ଟଙ୍କା ଉଠାଇବାକୁ ଗାଁ ପାଖ ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ କୁହାଯାଇଥିଲା, ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କ୍ ହୋଇନାହିଁ । ତେଣୁ ଟଙ୍କା ଉଠାଇ ହେବନି । ନିରୁପାୟ ହୋଇ ଶେଷରେ ଟେରସା ବୁଧବାର ସକାଳେ ଗାଁରୁ ୩୦ କି.ମି. ଦୂର କୁତ୍ରା ଷ୍ଟେଟ୍ ବ୍ୟାଙ୍କ ଅଭିମୁଖେ ଗୁରୁଣ୍ଡି ଗୁରୁଣ୍ଡି ବାହାରି ଥିଲେ ।
Also Read
ଏଠାରେ ପ୍ରଶ୍ନ ଉଠୁଛି, ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କେତେ କ’ଣ ଯୋଜନା କରିଛନ୍ତି ସରକାର । ଦୁଆର ମୁହଁରେ ବ୍ୟାଙ୍କିଂ ସେବା ଯୋଗାଇବାକୁ ବି ବ୍ୟବସ୍ଥା କରିଛନ୍ତି । ମାତ୍ର ଟଙ୍କା ଉଠାଣ ପାଇଁ ଦିବ୍ୟାଙ୍ଗଙ୍କୁ ୩୦ କି.ମି. ବାଟ ଗୁରୁଣ୍ଡି ଗୁରୁଣ୍ଡି ଯିବା ଏସବୁ ଯୋଜନାକୁ ଉପହାସ କରିଲା ଭଳି ଲାଗୁଛି ।