Municipalty Meeting
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ମିଟିଂରେ ହଟ୍ଟଗୋଳ । କଂଗ୍ରେସ ଓ ସ୍ୱାଧୀନ କାଉନସିଲର ବୈଠକ ବର୍ଜନ କରିଛନ୍ତି । ଅଭିଯୋଗ ଅନୁସାରେ ପୌରାଞ୍ଚଳରେ କୌଣସିରେ ଉନ୍ନତିମୂଳକ କାର୍ଯ୍ୟକଳାପ ହୋଇପାରୁନି ।
ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ଉପସ୍ଥିତିରେ ହଟ୍ଟଗୋଳ କରିବା ସହ ବୈଠକ ଅଧାରୁ ଏହାକୁ ବର୍ଜନ କରିଥିଲେ । ସେପଟେ ଅଭିଯୋଗକୁ ଅସ୍ୱୀକାର କରିବା ସହ କେନ୍ଦ୍ରାପଡ଼ାର ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ।
ଏନେଇ କଂଗ୍ରେସ କାଉନ୍ସିଲର ରମେଶ ଦାଶ କହିଛନ୍ତି ଯେ, ଲୋକମାନେ ଆମକୁ ଭୋଟ ଦେଇଛନ୍ତି କାମ କରିବା ପାଇଁ । କିନ୍ତୁ ପ୍ରଶାସନର ଅବହେଳା କାରଣରୁ ଆମେ ଲୋକଙ୍କୁ କୌଣସି ପ୍ରକାର ସାହଯ୍ୟ ସୁବିଧା ଯୋଗାଇପାରୁନୁ । ବିଧାୟକ ଆସୁଛନ୍ତି କେବଳ ଭାଷଣ ଦେଉଛନ୍ତି, ତାଛଡ଼ା କିଛି କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେହିପରି ସ୍ୱାଧୀନ କାଉନ୍ସିଲର ରଶ୍ମିତା ସିଂହ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ୱାଡରେ କୌଣସି ଉନ୍ନତି ହେଉନାହିଁ । ଏମିତିକି ପରିମଳ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ସେ କହିଛନ୍ତି । ସରକାରୀ ଅଫିସର୍ ଯନ୍ତ୍ରୀଙ୍କୁ ମିଟିଂରେ ଅଭିଯୋଗ ଜଣାଇଲେ ମଧ୍ୟ କୌଣସି ସମାଧାନ ହେଉନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661136497.jpg)