Advertisment

ଚର୍ମ ରୋଗ ପାଇଁ ୬୦ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ

କେନ୍ଦ୍ରାପଡା ମାଗୁରଗଣ୍ଡା ପାଟଣା ମୁଣ୍ଡାସାହିରେ ଅଭାବନୀୟ ଘଟଣା... ଚର୍ମ ରୋଗ ପାଇଁ ୬୦ ପରିବାରକୁ ଗାଁରୁ ବାସନ୍ଦ ଅଭିଯୋଗ...

ଅଦ୍ୟତନ ହୋଇଛି
discrimination for Skin Diseases

discrimination for Skin Diseases

Advertisment

ଚର୍ମରୋଗ କାରଣରୁ ଭୟରେ ୬୦ ପରିବାରକୁ ଗାଁରୁ ବାସନ୍ଦ । କେନ୍ଦ୍ରାପଡା ସଦର ଥାନା ମାଗୁରଗଣ୍ଡା ପାଟଣା ମୁଣ୍ଡା ସାହିରୁ ଏଭଳି ଅଭିଯୋଗ ଆସିଛି । ମୁଣ୍ଡାସାହିରେ କିଛି ଲୋକଙ୍କୁ ଚର୍ମ ରୋଗ ହେବାରୁ ସ୍ଥାନୀୟ ଲୋକେ କାମ ଧନ୍ଦାକୁ ଡାକୁ ନଥବା ଅଭିଯୋଗ ହୋଇଛି । ଏମିତିକି ଦୋକାନ ବଜାରରୁ ସଉଦା କିଣିବା ଲାଗି ଗଲେ ଲୋକେ ବାରଣ କରୁଛନ୍ତି ।

Advertisment

ମୁଣ୍ଡାସାହିର ଲୋକେ କାମଧନ୍ଦା କରି ପରିବାର ପୋଷଣ କରନ୍ତି। ହେଲେ ଏବେ ସାହିରେ ରହୁଥିବା ପ୍ରାୟ ୪ ଶହ ଲୋକଙ୍କ ଦାନାପାଣି ଏକପ୍ରକାର ବନ୍ଦ ହୋଇଯାଇଛି । ଏମିତିକି ପାଖ ଗାଁ ଲୋକେ ଏବେ ଏମାନଙ୍କୁ କାମଧନ୍ଦା ପାଇଁ ଡାକୁ ନାହାନ୍ତି। କେବଳ ଏତିକି ନୁହେଁ ଦୋକାନ ବଜାରକୁ ଗଲେ ବି ଲୋକେ ବାରଣ କରୁଛନ୍ତି ।

ରୋଗରେ ପଡି ମୁଣ୍ଡାସାହିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ସଂକ୍ରାମକ ରୋଗ ଭାବି ପାଖ ମାଡିବାକୁ ଦେଉନାହାନ୍ତି । ଫଳରେ ମୁଣ୍ଡାସାହି ବାସିନ୍ଦାଙ୍କ ଘରେ ଚୁଲି ଜଳିବା କଷ୍ଟକର ହୋଇପଡିଛି । ବେଙ୍ଗାଲୋରରେ ଶ୍ରମିକ ଭାବେ କାମ କରୁଥିବା ମୁଣ୍ଡା ସାହିର ଲାଲୁ ସିଦ୍ଧୁ କିଛି ଦିନ ତଳେ ଘରକୁ ଫେରିଥିଲେ ତାଙ୍କର ଚର୍ମରୋଗ ହୋଇଥିଲା। ଚିକିତ୍ସିତ ହେଉଥିବା ବେଳେ ଲାଲୁଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସନ୍ଦେହରେ ମୁଣ୍ଡା ସାହି ଲୋକଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି ।

Advertisment

ଏନେଇ ୬ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା କହିଛନ୍ତି, ରୋଗ ବିଷୟରେ ସଠିକ ଭାବେ ନଜାଣି ଗରିବ ଲୋକଙ୍କୁ ହଇରାଣ କରିବା ଠିକ୍ ନୁହେଁ । ଏହାସହ ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି, ଡାକ୍ତରୀ ଟିମ୍ ପଠାଇ ରୋଗ ନିରାକରଣ ପାଇଁ ପଦକ୍ଷେପ ନେବେ । ଏଥିସହ କାହିଁକି ଲୋକେ ଭୟଭୀତ ଅଛନ୍ତି, ସ୍ଥାନୀୟ ଜନସାଧାରଣଙ୍କୁ ଏନେଇ ସଚେତନ କରାଇବେ ।

Skin Diseases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ