Advertisment

ଏଣିକି ପିଚୁ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ

ସମୟେ ସମୟେ ଅନେକ ସ୍ଥାନରେ ନିମ୍ନମାନର ପିଚୁ ରାସ୍ତା ହୋଇଥିବା ଅଭିଯୋଗ କରି ଲୋକେ ରାସ୍ତା ଖୋଳିଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା।

Work Road

Work Road

Advertisment

ଏଣିକି ନୂଆ କରି ହୋଇଥିବା ପିଚୁ ରାସ୍ତାକୁ ଯଦି କେହି ନିମ୍ନମାନର ବୋଲି ଦର୍ଶାଇ ଖୋଳିବେ ନିଆଯିବ କାର୍ଯ୍ୟାନୁଷ୍ଠାନ। ନୂଆ ରାସ୍ତା ତିଆରିର ଏକ ମାସ ପୂରଣ ନହେଉଣୁ ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ରଖି ଯଦି କେହି ଖୋଳାଖୋଳି କଲା ତେବେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପ୍ରେସ ଇସ୍ତାହାରରେ କୁହାଯାଇଛି।

Advertisment

ଯଦି କେଉଁଠି ନିମ୍ନମାନର କାର୍ଯ୍ୟ ହୋଇଛି, ତେବେ ତାହା ପ୍ରମାଣିତ ହେଲେ 3R ନିୟମ ଲାଗୁ କରାଯାଇ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 3-R ଅର୍ଥାତ ରିଜେ, ରିମୋଭ, ରିଲେ ଅନୁସାରେ ଠିକାଦାରଙ୍କ ନିଜସ୍ୱ ଖର୍ଚ୍ଚରେ ପୁନଃ ନିର୍ମାଣ ଓ ମରାମତି କରାଯାଉଛି।

ଯଦି କେଉଁଠି ନିମ୍ନମାନର କାମ ହୋଇଛି ବୋଲି କେହି ହୃଦବୋଧ କଲେ, ତେବେ ମାସେ ଅପେକ୍ଷା କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟିକୁ ଆଣିବା ପାଇଁ କୁହାଯାଇଛି। ସମୟେ ସମୟେ ଅନେକ ସ୍ଥାନରେ ନିମ୍ନମାନର ପିଚୁ ରାସ୍ତା ହୋଇଥିବା ଅଭିଯୋଗ କରି ଲୋକେ ରାସ୍ତା ଖୋଳିଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ