Advertisment

ଦିବ୍ୟାଙ୍ଗ ଯୁବତୀଙ୍କ ଦୁଃଖ ଶୁଣିଲେନି ମୁଖ୍ୟମନ୍ତ୍ରୀ, ଘର ତିଆରି ସ୍ୱପ୍ନ ରହିଗଲା ସ୍ୱପ୍ନରେ

ମଧୁମିତାଙ୍କ ପରିବାର ଅତି ଗରିବ ଶ୍ରେଣୀର। ଏକ ନୂଆଣିଆ ଚାଳ ଛପର ଘରେ ସେ ରହି ଆସୁଛନ୍ତି। ବତ୍ୟା ବନ୍ୟା ଆସିଲେ, ଚିନ୍ତାରେ ପଡି ଯାଆନ୍ତି ପୂରା ପରିବାର। ଏହା ଦେଖି ଦିବ୍ୟାଙ୍ଗ ମଧୁମିତା ପକ୍କା ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି କରିଥିଲେ

ଅଦ୍ୟତନ ହୋଇଛି
soro

soro

Advertisment

ସୋର(ନିରଞ୍ଜନ ବେହେରା) : ସେ ଜଣେ ଦିବ୍ୟାଙ୍ଗ ଯୁବତୀ । ଘରଟିଏ ପାଇଁ କରିଥିଲେ ଗୁହାରି। ହେଲେ ଗୁହାରି ଶୁଣିଲେନି ମୁଖ୍ୟମନ୍ତ୍ରୀ। ଶେଷରେ ହତାଶ ହେଲେ ଦିବ୍ୟାଙ୍ଗ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଇଷାଣପୁର ଗାଁର ମଧୁମିତା ପାଣି। ଜନ୍ମରୁ କାନକୁ କିଛି ଶୁଭେ ନାହିଁ କି କଥା କହି ପାରନ୍ତି ନାହିଁ ମଧୁମିତା। କେବଳ ଠାରରେ ଠାରରେ ସବୁ କିଛି ବୁଝିଥାନ୍ତି। ତେଣୁ ଜିଲ୍ଲା ଚିକିତ୍ସାଧିକାରୀ ତାଙ୍କୁ ୯୦% ଭିନ୍ନକ୍ଷମ ବୋଲି ଦର୍ଶାଇଛନ୍ତି।

Advertisment

ମଧୁମିତାଙ୍କ ପରିବାର ଅତି ଗରିବ ଶ୍ରେଣୀର। ଏକ ନୂଆଣିଆ ଚାଳ ଛପର ଘରେ ସେ ରହି ଆସୁଛନ୍ତି। ବତ୍ୟା ବନ୍ୟା ଆସିଲେ, ଚିନ୍ତାରେ ପଡି ଯାଆନ୍ତି ପୂରା ପରିବାର। ଏହା ଦେଖି ଦିବ୍ୟାଙ୍ଗ ମଧୁମିତା ପକ୍କା ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି କରିଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧୁମିତାଙ୍କୁ ଭେଟି ଘର ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ, ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହି ଯାଇଛି।

ଏବେ ବର୍ଷା ପବନ ହେଲେ ଘର ଭିତରେ ପାଣି ପଶି ଯାଉଛି। ମଧୁମିତା ଓ ତାଙ୍କ ପରିବାର ପକ୍କା ଘର ବାବଦରେ ଅନେକ ଥର ସରପଞ୍ଚଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ତେବେ ଜଣେ ଦିବ୍ୟାଙ୍ଗଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ ଶୁଣୁ ନ ଥିବା ବେଳେ ଆଉ କାହାର ଦୁଃଖ ଶୁଣିବେ ତାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଲେ ତଦନ୍ତ କରି ନିଶ୍ଚୟ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିମୁଳିଆ ତହସିଲଦାର। ଏ ଖବର ପ୍ରସାରଣ ପରେ କେବେ ମଧୁମିତା ପାଣିଙ୍କୁ କେବେ ଘରଟିଏ ଦିଆଯାଉଛି ତାକୁ ହିଁ ଅପେକ୍ଷା।

Advertisment
Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ