Advertisment

ହଇଜା ଆତଙ୍କ: ଜଣେ ମୃତ, ୯ ଗୁରୁତର

ଝାରସୁଗୁଡ଼ା ଜିଲ୍ଲାରେ ହଇଜା ଆତଙ୍କ ଦେଖା ଦେଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ଘଟି ଥିବାବେଳେ ୯ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Diarrhoea Outbreak In Jharsuguda Village

Diarrhoea Outbreak In Jharsuguda Village

Advertisment

ଝାରସୁଗୁଡ଼ା ଜିଲ୍ଲା କୁହାକୁଣ୍ଡା ଗାଁରେ ହଇଜା ଆତଙ୍କ ଦେଖା ଦେଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ଘଟି ଥିବାବେଳେ ୯ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକ ଜଣକ କୁହାକୁଣ୍ଡା ଗାଁର ୨୨ ବର୍ଷୀୟ ଯୁବକ ଉମେଶ ଗୌଡ଼ ବୋଲି ଜଣାପଡ଼ିଛି।

Advertisment

ହଇଜାରେ ଆକ୍ରାନ୍ତ ହୋଇ ୯ ଆକ୍ରାନ୍ତଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉ ଥିବାବେଳେ ଏକ ମେଡିକାଲ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛି। ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

କୁହାକୁଣ୍ଡା ଗାଁରେ ହଇଜା ବ୍ୟାପିବା ନେଇ ଝାରସୁଗୁଡ଼ା CDMO କହିଛନ୍ତି, ‘ଗାଁର ଗୋଟିଏ ପରିବାର ଆହ୍ଲାବାଦ ଯାଇଥିଲେ। ସେଠାରୁ ଫେରିବା ପରେ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ। ଏହାପରେ ଅନ୍ୟ ଏକ ପରିବାରରେ ଝାଡ଼ାବାନ୍ତି ହୋଇଥିଲା। ଏହା ପଛର କାରଣ କ’ଣ ତାହା ଜଣାପଡ଼ିନି। ପାଣି ନମୁନା ସଂଗ୍ରହ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।’

Advertisment
Diarrhoea Scare Diarrhoea Deaths In Odisha Diarrhoea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ