Diarrhoea kills 2 in Ganjam, several under treatment
ଝାଡାବାନ୍ତି ଆକ୍ରାନ୍ତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଲାକଟେରୀ ଗାଁରେ ଝାଡାବାନ୍ତିକୁ ନେଇ ଆତଙ୍କ ଖେଳିଯାଇଛି ।
ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା କରୁଥିବାବେଳେ ପଚା ମାଛ ଖାଇ ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡ଼ିକାଲ କର୍ମଚାରୀ କହିଛନ୍ତି । ଗ୍ରାମବାସୀଙ୍କୁ ସଚେତନ କରିବା ସହ ମେଡ଼ିକାଲ ଟିମ୍ କୂଅରେ ବ୍ଲିଚିଂ ପକାଇଛନ୍ତି । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ଏନେଇ ଜଣେ ମେଡିକାଲ୍ କର୍ମଚାରୀ କହିଛନ୍ତି ଯେ, ‘ସଢ଼ା ମାଛ ଖାଇବା ଯୋଗୁଁ ଲାକଟେରୀ ଗାଁରେ ଝାଡାବାନ୍ତି ବ୍ୟାପିଛି । ତେଣୁ ମେଡିକାଲ୍ ଟିମ୍ ଆସି ଗାଁରେ ଔଷଧ, ଓଆର୍ଏସ୍ ବାଣ୍ଟିବା ସହ ଲୋକଙ୍କୁ ସଚେତନ କରୁଛୁ । ଗାଁରେ ଝାଡାବାନ୍ତିରେ ଗୁରୁତର ରୋଗୀ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣରେ ରହିଛି ’।
ତେବେ ଦୂଷିତ ପାଣି ଯୋଗୁଁ ଗାଁରେ ଝାଡାବାନ୍ତି ବ୍ୟାପୁଛି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652676874.jpg)