Advertisment

‘ମୋ ପୁଅକୁ ଖୋଜି ଆଣନ୍ତୁ’...ନିଖୋଜ ପୁଅକୁ ଉଦ୍ଧାର ଲାଗି ଜିଲ୍ଲାପାଳଙ୍କୁ ପରିବାର ଲୋକଙ୍କ ଗୁହାରି

ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ ଯୁବକ ଜଣକ।

ଅଦ୍ୟତନ ହୋଇଛି
Dhenkanal youth missing in Sikkim

Dhenkanal youth missing in Sikkim

Advertisment

ସିକ୍କିମ ବୁଲିବାକୁ ଯାଇ ଢେଙ୍କାନାଳର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂ ନିଖୋଜ ଥିବାରୁ ଚିନ୍ତାରେ ପରିବାର ଲୋକେ।

Advertisment

ସୂଚନା ଅନୁସାରେ, ଚନ୍ଦ୍ରଶେଖର ତାଙ୍କ ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକ୍କିମ ବୁଲିବାକୁ ଯାଇଥିଲେ। ହେଲେ ମଙ୍ଗଳବାର ରାତିଠାରୁ ଚନ୍ଦ୍ରଶେଖର କି ତାଙ୍କ ସହ ଥିବା ଅନ୍ୟମାନେ କାହାର ବି ଫୋନ ଲାଗୁନଥିବା ପରିବାର ଲୋକ କହିଛନ୍ତି। ତେଣୁ ପୁଅକୁ ଖୋଜି ଆଣିବା ପାଇଁ ସହାୟତା ଲାଗି ଜିଲ୍ଲାପାଳଙ୍କୁ ଭେଟି ଚନ୍ଦ୍ରଶେଖରଙ୍କ ପରିବାର ଲୋକ ଗୁହାରି କରିଛନ୍ତି।

ପୁଅ ସହ କୌଣସି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାନ୍ଦି କାନ୍ଦି ଚନ୍ଦ୍ରଶେଖରଙ୍କ ମା’ କହିଛନ୍ତି, ‘ମଙ୍ଗଳବାର ରାତି ୯ଟାରେ ପୁଅ ସହ ଶେଷଥର ପାଇଁ କଥା ହୋଇଥିଲି। ଏହାପରେ ଯେତେ କଲ୍‌ କରୁଛି ଫୋନ୍‌ ଲାଗୁ ନାହିଁ।’ ସେପଟେ ଚନ୍ଦ୍ରଶେଖରଙ୍କ ବାବଦରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ସୂଚନାଥାଉ କି, ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ