DSP in-charge of Dhenkanal Sadar police station, Abhinab Dalua in Vigilance net
ଭିଜିଲାନ୍ସ ଜାଲରେ ପଡ଼ିଲେ ପୋଲିସ୍ ବାବୁ। ଢେଙ୍କାନାଳ ସଦର ଥାନା ଡିଏସ୍ପି ଇନ୍-ଚାର୍ଜ ଅଭିନବ ଡାଳୁଆ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଅଭିନବ ଡାଳୁଆ ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍ ଅଚାନକ୍ ଚଢ଼ଉ କରି ତାଙ୍କୁ ଧରିଥିଲା। ଏହାସହ ୩୦ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଲିଙ୍କ୍ରେ ଭିଜିଲାନ୍ସ ଟିମ୍ ଅଭିନବ ଡାଳୁଆଙ୍କ ୮ଟି ସ୍ଥାନରେ ଚଢ଼ଉ କରିଛି।
ଅଭିଯୋଗ ଅନୁସାରେ, ଲାଞ୍ଚ ନଦେଲେ କୋଇଲା ପରିବହନ ପାଇଁ ଅନୁମତି ମିଳିବ ନାହିଁ ବୋଲି ଅଭିନବ ଡାଳୁଆ ଅଭିଯୋଗକାରୀଙ୍କୁ ପୂର୍ବରୁ ଧମକ ଦେଇଥିଲେ। ଫଳରେ ଅଭିଯୋଗକାରୀ ଅଗଷ୍ଟ ୨୪ରେ ୧୫ ହଜାର ଟଙ୍କା ଡିଏସ୍ପି ଇନ୍-ଚାର୍ଜଙ୍କୁ ଦେଇଥିଲେ। ଏହାପରେ ମଧ୍ୟ ପୋଲିସ୍ ବାବୁ ତାଙ୍କୁ ଆହୁରି ଅଧିକ ଟଙ୍କା ମାଗିଥିଲେ। ଶେଷରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଅଭିନବ ଡାଳୁଆଙ୍କୁ ଧରିଥିଲା।
(ରିପୋର୍ଟ-ରାଜଶ୍ରୀ ଶତପଥୀ, ଢେଙ୍କାନାଳ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661848484.jpg)