Advertisment

ଏଣିକି ଜେଲ୍‌ରୁ ବାହାରିଲେ କଏଦୀଙ୍କୁ ମିଳିବ ଋଣ !!

କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍‌ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ.

Jail Inmates

Jail Inmates

Advertisment

ଏକା ସାଙ୍ଗରେ ଚାଲିଛି ବଡି, ପାମ୍ପଡ, ଆଚାରଠୁ ନେଇ ଫିନାଇଲ, ବ୍ଲିଚିଂ ପାଉଡର, ଜିଆଖତ ଓ ଛତୁଚାଷ ତାଲିମ ଶିବିର। ଆଉ ଏଠାରେ ତାଲିମ ନେଉଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାରଗାରରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଜଣେ ଅନ୍ତେବାସୀ । ଲକ୍ଷ୍ୟ ଗୋଟିଏ ରହିଛି ଏମାନେ ବି ଆତ୍ମନିର୍ଭରଶୀଳ ହେବେ । କାସ ସେଇଥିପାଇଁ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପ୍ରତି ଜିଲ୍ଲାରେ ଥିବା ଅଗ୍ରଣୀ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ।

Advertisment

ଜେଲ କଏଦୀଙ୍କ ପାଇଁ ଚିନ୍ତା କରୁଛନ୍ତି ସରକାର । ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ କେମିତି ମାନସିକ ଚାପରେ ନରହିବେ ଏବଂ ଜେଲ୍‌ ଭିତରେ ରହୁଥିବା ସମୟରେ କେମିତି ସବୁ କାମ ଶିଖିପାରିବେ, ସେନେଇ ଏମିତି ପଦକ୍ଷେପ ନେଇଛନ୍ତି ସରକାର ।

ତେବେ ଜେଲରେ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମକୁ ନେଇ ବେଶ୍‌ ଖୁସି ଅଛନ୍ତି କଏଦୀ । ଆଉ ଏହି କାର୍ଯ୍ୟକ୍ରମରେ ପାଖାପାଖି ୩୦ରୁ ଅଧିକ କଏଦୀ ସାମିଲ ହୋଇଛନ୍ତି । ଜେଲ ବିଭାଗର ଡିଜି ମନୋଜ କୁମାର ଛାବ୍ରାଙ୍କ ନିର୍ଦ୍ଦେଶ ପରେ ଢେଙ୍କାନାଳ ଜେଲ ସୁପରିଟେଣ୍ଡ ପ୍ରସନ୍ନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ଏହି ପ୍ରଶିକ୍ଷଣ ଶିବିର। ଯେଉଁଥି ପାଇଁ ଏଠାକାର ଅନ୍ତେବାସୀ ପାଲଟି ଯାଇଛନ୍ତି ଜଣେ ଜଣେ କୁଶଳୀ କାରିଗର।

Advertisment

ନିଜ ହାତରେ ଏହି ଅନ୍ତେବାସୀ ମାନେ ଫିନାଇଲ ବ୍ଲିଚିଂ ପାଉଡର ବଡି ପାମ୍ପଡ ଆଚାର ସହ ଜିଆଖତ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଆଉ ନିଜ କାମ ପାଇଁ ସେମାନେ ବେଶ୍‌ ଖୁସି ବି ଅଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜେଲ୍‌ରୁ ବାହାରିବା ପରେ କେମିତି ସମାଜର ମୁଖ୍ୟ ସ୍ରୋତରେ ସେମାନେ ସାମିଲ ହେବେ ସେନେଇ ଏବେଠୁ ଦିଆଯାଉଛି ତାଲିମ୍‌। ଆଉ ଯେଉଁମାନେ ତାଲିମ ନେଇଛନ୍ତି ସେମାନଙ୍କୁ ସାର୍ଟିଫିକେଟ୍‌ ଦିଆଯିବ ବୋଲି କହିଛନ୍ତି ଜେଲ ପ୍ରଶିକ୍ଷକ। କେବଳ ସେତିକି ନୁହେଁ ଜେଲରୁ ମୁକ୍ତ ହେବା ପରେ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ମାନଙ୍କ ପକ୍ଷରୁ ସେମାନଙ୍କୁ ମୁଦ୍ରାଲୋନ ମାଧ୍ୟମରେ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

Advertisment

ତେବେ କଏଦୀମାନଙ୍କୁ ଏମିତି ତାଲିମ ଦେଇ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଯେଉଁ ପ୍ରୟାସ କରାଯାଇଛି ତାହାକୁ ନେଇ ଏବେ ପୂରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି ।

(ରିପୋର୍ଟ- ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ)

Special Story Jail Inmates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ