Dharmasala ASI files written complaint against senior IIC for mental harassment on duty
ଥାନା ବାବୁଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୋଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା। ଆବେଦନକାରୀ ଏସ୍ଆଇ ହେଲେ ରାଧାନାଥ ଦାସ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ଏସ୍ଆଇ ରାଧାନାଥ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ବିରୋଧରେ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଏସ୍ଆଇ ରାଧାନାଥ ଅଭିଯୋଗ କରିଛନ୍ତି, ‘ଆଇଆଇସି ରାକେଶ ତ୍ରିପାଠୀ ଉଦ୍ଦେଶ୍ୟମୂଳକ ଭାବେ କର୍ମକ୍ଷେତ୍ରରେ ଅତ୍ୟଧିକ ଚାପ ଦେଉଛନ୍ତି। ଏପରିକି ମା’ ଅସୁସ୍ଥ ଥିବାରୁ ଗାଁକୁ ବି ଯାଇପାରୁନାହିଁ। ଏଭଳି ସ୍ଥିତିରେ ମୋତେ IIC ରାକେଶ କୁମାର ତ୍ରିପାଠୀ ଅସୁବିଧାରେ ପକାଇବାକୁ ଧମକ ଦେଉଛନ୍ତି। ତେଣୁ ଚାକିରିରୁ ମୋର ଇସ୍ତଫାକୁ ଗ୍ରହଣ କରାଯାଉ ବୋଲି ନିବେଦନ କରି ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଏସ୍ଆଇ ରାଧାନାଥ ଦାସ ।
ଅଭିଯୋଗ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଆଇଆଇସି ରାକେଶ କୁମାର ତ୍ରିପାଠୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677049379.jpg)