Advertisment

ରାତି ଅନିଦ୍ରା ଅନ୍ତର୍ଯ୍ୟାମୀ : ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଦର୍ଶନାର୍ଥୀ ଭକ୍ତ ଛଟପଟ

ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ

ଅଦ୍ୟତନ ହୋଇଛି
Puri Srimandir Rituals

Srimandir rituals

Advertisment

ତିନି ଦିନ ହେଲାଣି ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ, ଫଳରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତ ଚରମ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମିତିକି ରାତିରେ ଠାକୁରଙ୍କ ବଡ଼ସିଂହାର ବେଶ ବିଳମ୍ବ ହେଉଥିବାରୁ ଡେରି ପହୁଡ଼ ପାଇଁ ଠାକୁର ରାତି ଅନିଦ୍ରା ବି ହେଉଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି-ଏହା ଜାଣିଶୁଣି ହେଉନି, ଯଦି ଏଥିପାଇଁ କେଉଁ ସେବାୟତଙ୍କ ତ୍ରୁଟି ନଜରକୁ ଆସେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।....

Advertisment

ଗଲା ସୋମବାର ବୃଷ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଛି ଏଭଳି ଗୁରୁତର ସମସ୍ୟା।ସ୍ଥିତି ଏଭଳି ଯେ, ଠାକୁରଙ୍କ ମଧ୍ୟାହ୍ନ ଧୂପ ବା ମହାପ୍ରସାଦ ଉଠିଲାବେଳକୁ କେତେବେଳେ ସନ୍ଧ୍ୟା ହେଉଛି, ତ ସନ୍ଧ୍ୟା ଧୂପ ବେଳକୁ ରାତି ଅଧ। ବଡ଼ସିଂହାର ବେଶ ସରୁ ସରୁ ପାହାନ୍ତା ପାଖାପାଖି, ତେଣୁ ମାତ୍ର କେଇ ଘଣ୍ଟା ରାତି ପହୁଡ଼ ହୋଇ ପୁଣି ହେଉଛି ଦ୍ୱାର ଫିଟା ନୀତି। ଯାହାର ସିଧାସଳଖ ପ୍ରଭାବ ଭକ୍ତଙ୍କ ଦର୍ଶନ ଉପରେ ପଡୁଛି। ବହୁ ସମୟରେ ନୀତିକାନ୍ତି ବିଳମ୍ବ ପାଇଁ ଦର୍ଶନାର୍ଥୀଙ୍କୁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ସିଝି ଲାଇନ୍ ରେ ଛିଡ଼ା ହେବାକୁ ପଡୁଛି। ସେପଟେ ଅବଢ଼ା ବି ଠିକ୍ ସମୟରେ ବାହାରୁନଥିବାରୁ ଖୁବ୍ ବ୍ୟଥିତ ହୋଇ ଅସନ୍ତୋଷ ଝାଡୁଛନ୍ତି ଜଗନ୍ନାଥ ପ୍ରେମୀ।...

ଏଠି ପ୍ରଶ୍ନ କାହିଁକି ଶ୍ରୀମନ୍ଦିରରେ ସୃଷ୍ଟି ହେଲା ଏଭଳି ସ୍ଥିତି ? ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ? ନା ମନ୍ଦିର ପ୍ରଶାସନର ଢିଲାପଣରୁ ନୀତି ବିଳମ୍ବ ? ଯେହେତୁ ଆଗକୁ ସାବିତ୍ରୀ ଅମାବାସ୍ୟା, ରାଜେନ୍ଦ୍ର ଅଭିଷେକ, ରୁକ୍ମିଣୀ ବିବାହ, ଗୁଆଲି ଯାତ୍ରା, ଚମ୍ପକ ଦ୍ୱାଦଶୀ ଓ ସର୍ବୋପରି ଜୁନ୍ ୪ ତାରିଖରେ ସ୍ନାନଯାତ୍ରା ରହିଛି । ତେଣୁ ଏବେଠୁ ନୀତି ଶୃଙ୍ଖଳିତ ନହେଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି। ତେଣେ ଏନେଇ ଆଜି ଶ୍ରୀମନ୍ଦିର ନୀତି ସବ୍ -କମିଟି ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି ଓ ଆସନ୍ତା ୨୦ ତାରିଖରେ ଛତିଶା ନିଯୋଗ ବୈଠକରେ ବି ଏ ନେଇ ଆହୁରି ବିଶ୍ଳେଷଣ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ତାସହ କହିଛନ୍ତି- ନୀତିକାନ୍ତି ଜାଣିଶୁଣି ବିଳମ୍ବ ହେଉନାହିଁ, ଯଦି କେଉଁ ସେବାୟତ ଏପରି କରୁଥିବାର ନଜିର ମିଳେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ବର୍ତ୍ତମାନ ସମୟରେ ଭିତର ଚନ୍ଦନ ନୀତି ଚାଲିବା ସହ ଗ୍ରୀଷ୍ମ ଛୁଟି ଓ ଦିନବେଳେ ପ୍ରଚଣ୍ଡ ଖରା ପାଇଁ ସନ୍ଧ୍ୟା ସମୟରେ ଭକ୍ତଙ୍କ ଅଧିକ ଭିଡ଼ ହେଉଥିବାରୁ ନୀତି ବିଳମ୍ବର ଅନ୍ୟତମ କାରଣ ହୋଇପାରେ।...ଏବେ ଅପେକ୍ଷା କେତେ ଶୀଘ୍ର ଶ୍ରୀମନ୍ଦିରରେ ସ୍ବାଭାବିକ ହେଉଛି
ନୀତିକାନ୍ତି ଓ ଦୂର ହେଉଛି ଭକ୍ତଙ୍କ ଦର୍ଶନ ବ୍ୟଥା।.....

SJTA Puri Srimandir Srimandir Rituals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ