ଆମ ଭାରତ ଆଶ୍ଚର୍ଯ୍ୟ ଓ ଚମତ୍କାରରେ ଭରପୁର । ସେହିଭଳି ଏକ ଚମତ୍କାର ଆମ ଦେଶର ଲବଣ ମରୁଭୂମି ।ଗୁଜୁରାଟରେ ଆରବ ସାଗର ଠାରୁ ୧୦୦ କିଲୋମିଟର ଦୂରରେ ଏକ ମରୁଭୂମି ଅଂଚଳରେ ବରଫ ଭଳି ଦୃଶ୍ୟମାନ ହେଉଥିବା ଲୁଣର ଏକ ବିସୃତ ଭୂମି ରହିଛି । ଯାହା ଉତ୍ତରରେ ପାକିସ୍ତାନର ବର୍ଡର ପର୍ଯ୍ୟନ୍ତ ବ୍ୟାପ୍ତ । ତେଣୁ ଏହାକୁ କଚ୍ଛର ରଣ ବୋଲି କୁହାଯାଏ ।
Also Read
କଇଁଛ ଆକାରର ଏହି ଅଂଚଳ ଦୁଇ ଭାଗରେ ବିଭକ୍ତ ହୋଇଛି । ବଡ ରଣ ଯାହା ୧୮ହଜାର ବର୍ଗ କିଲୋମିଟର ଯାଏଁ ବ୍ୟାପିଥିବା ବେଳେ ଛୋଟ ରଣ ୫ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଆଉ ଏହି ଦୁଇଟିକୁ ମିଶାଇ ଦେଲେ ଏହା ଦୁନିଆର ସବୁଠାରୁ ବଡ ଲବଣ ମରୁଭୂମି ମଧ୍ୟରେ ଗୋଟେ । ଏହିଠାରୁ ଭାରତର ୭୫ ପ୍ରତିଶତ ଲବଣ ମିଳିଥାଏ । ପ୍ରତିବର୍ଷ ମନସୁନ ବର୍ଷାରେ ଏହି ରଣରେ ବନ୍ୟା ଆସିଯାଇଥାଏ । ଫଳରେ ଲୁଣର ଏହି ବିସ୍ତୃତ ଅଂଚଳ ସମ୍ପୂର୍ଣ୍ଣ ଭାବେ ଉଭାନ ହୋଇଯ।ଏ । ଆଉ ସେଠାରେ ଚମକୁଥିବା ସମୁଦ୍ର ବନିଯାଏ ।
କଚ୍ଛର ଏହି ଦୁଇଟି ରଣ ଭାରତର ପଶ୍ଚିମ ସୀମାରେ କଚ୍ଛ ଓ ଦକ୍ଷିଣ ପାକିସ୍ତାନରେ ସିନ୍ଧୁ ନଦୀ ମୁହାଣ ମଧ୍ୟରେ ଅବସ୍ଥିତ । ବଡ ରଣ ଭୁଜ ସହରଠାରୁ ପାଖାପାଖି ୧୦୦ କିଲୋମିଟର ଉତ୍ତର-ପୂର୍ବରେ ରହିଛି । ଏହାକୁ ଭାରତର ଅନ୍ତହୀନ ଧବଳ ମରୁଭୂମି ବୋଲି କୁହାଯାଏ । ଏଠାରେ ବନ୍ୟ ଜୀବନର କୌଣସି ସନ୍ଧାନ ମିଳେ ନାହିଁ । ଛୋଟ ରଣ ବଡ ରଣର ଦକ୍ଷିଣ ପୂର୍ବରେ ଅବସ୍ଥିତ । ଜୁନରେ ଶେଷ ବେଳକୁ ଏଠାରେ ମନସୁନ ବର୍ଷା ଆରମ୍ଭ ହୋଇଯାଏ । ଯାହା ଅକ୍ଟୋବର ପର୍ଯ୍ୟନ୍ତ ଚାଲେ ଓ ବନ୍ୟାର ପରିସ୍ଥିତି ସୃଷ୍ଟି ହୁଏ । ପରେ ଧୀରେ ଧୀରେ ପାଣି ବାଷ୍ପୀଭୂତ ହୋଇ ଉଡିବାକୁ ଲାଗେ ଆଉ ପଛରେ ଲୁଣର କ୍ରିଷ୍ଟାଲ ଛାଡି ଦେଇଯାଏ ।
ପାଣି କମିବା ପରେ ଏଠାରେ ଚାଷୀମାନେ ଲୁଣ ଚାଷ ଆରମ୍ଭ କରିଦିଅନ୍ତି । ଶୀତଦିନରୁ ଆରମ୍ଭ କରି ଜୁନ୍ ମାସ ପର୍ଯ୍ୟନ୍ତ ସେମାନେ ଲୁଣ ବାହାର କରିପାରିବେ । ଏହାର ଭୁବର୍ଗୀୟ ଉତ୍ପତ୍ତିର ପାଖାପାଖି ୨୦ କୋଟି ବର୍ଷ ପୂବେର୍ ପୂର୍ବ ଜୁରାସୁକ ଓ ଜୁରାସିକ କାଳର ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷ ପୂବେର୍ ଏଠାରେ ସମୁଦ୍ର ମାର୍ଗ ଥିଲା । କଚ୍ଛ ଓ ସିନ୍ଧୁ ନଦୀ ଦେଇ ଯାଉଥିବା ଜାହାଜ ଗୁଡିକ ଏହି ରାସ୍ତାର ବ୍ୟବହାର କରୁଥିଲେ ।
ଦୁନିଆର ସବୁଠାରୁ ବଡ ସଭ୍ୟତା ସିନ୍ଧୁ ଘାଟୀ ସଭ୍ୟତାର ଲୋକମାନେ ଖ୍ରୀଷ୍ଟପୂର୍ବ ୩,୩୦୦ ରୁ ଆରମ୍ଭ କରି ୧୩୦୦ ପର୍ଯ୍ୟନ୍ତ ଏଠାରେ ବସବାସ କରୁଥିଲେ । କିନ୍ତୁ ପାଖାପାଖି ୨୦୦ ବର୍ଷ ପୂବେର୍ ଆସିଥିବା ଅନେକ ଭୂମିକମ୍ପ କାରଣରୁ ଏଠାକାର ଭୌଗୋଳିକ ଆକୃତି ବଦଳିଗଲା । ଆଉ ଆରବ ସାଗରୁ ଏହାର ସମ୍ପର୍କ କଟିଯାଇଥିଲା । ଫଳରେ ଏଠାରେ ଏକ ଭୂ-ସ୍ଥଳାକୃତି ନିର୍ମିତ ହେଲା ।
ଗତ ୨୦୦ ବର୍ଷ ହେବ ଲୁଣ ଚାଷ ଏଠାକାର ଏକ ବଡ ଉଦେ୍ୟାଗ ହୋଇପାରିଛି । ଅକେ୍ଟାବର ମାସରେ ପଡୋଶୀ ସୁରେନ୍ଦ୍ର ନଗର ଜିଲ୍ଲାରୁ କୋହଲୀ ଓ ଅଗରିୟା ଜନଜାତିର ଲୋକମାନେ ଏଠାକୁ ଚାଷ କରିବାକୁ ପହଁଚିଥାଆନ୍ତି । ଏହାବ୍ୟତୀତ କଚ୍ଛର ରଣରେ ନିର୍ମିତ ଘର ଗୁଡିକ ବାସ୍ତୁକଳାର ଅଦ୍ଭୁତ ନମୁନା । ସେଗୁଡିକୁ ବୁଙ୍ଗା ଘର ବୋଲି କୁହାଯାଏ । ଏହାର ଆକୃତି ସିଲିଣ୍ଡର ଆକାରର ।
ଖରାଦିନେ ଏଠାରେ ତାପମାତ୍ରା ୪୫ଡିଗ୍ରୀ ପର୍ଯ୍ୟନ୍ତ ପହଁଚୁଥିବା ବେଳେ ଶୀତ ଦିନେ ଏଠାରେ ବରଫ ଜମିଗଲା ଭଳି ଶୀତ ଅନୁଭୂତ ହୁଏ । ପର୍ଯ୍ୟଟକମାନେ ଏହି ଘର ଗୁଡିକର ଚିତ୍ରକାରୀ ଦେଖି ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ବର୍ତ୍ତମାନ ସମୟରେ ଏହା ପର୍ଯ୍ୟଟନର ବଡ ଆକର୍ଷଣ ହୋଇସାରିଛି । ଏହା କୌଣସି ଭିନ୍ନ ଏକ ଦୁନିଆ ଭଳି ମନେ ହୁଏ । ତେଣୁ ବାସ୍ତବରେ ଏହା ଆମ ବିଶ୍ୱରେ କୌଣସି ଚମତ୍କାର ଠାରୁ କମ୍ ନୁହେଁ ।