Advertisment

ସନ୍ଦେହଜନକ ଅବସ୍ଥାରେ କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର

ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ

ଅଦ୍ୟତନ ହୋଇଛି
death

death

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ ମୃତ । ସନ୍ଦେହଜନକ ଅବସ୍ଥାରେ ନିଜ କ୍ୱାର୍ଟରରୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ତହସିଲଦାର ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ଡେପୁଟି ରେଞ୍ଜର ବ୍ରଜମୋହନ ଆଜି ଅଫିସ ନ ଆସିବାରୁ ସାଥୀ କର୍ମଚାରୀ ତାଙ୍କ କ୍ୱାର୍ଟରକୁ ଯାଇଥିଲେ କବାଟ ବାଡ଼େଇଥିଲେ । ହେଲେ ସେ କବାଟ ନଖୋଲିବାରୁ ସନ୍ଦେହ ହୋଇଥିଲା । ଶେଷରେ ଝରକା ପଟେ କିଛି କର୍ମଚାରୀ ଘର ଭିତରକୁ ଦେଖିବା ପାଇଁ ଚେଷ୍ଟା କରିଥିଲେ ।

Advertisment

ହେଲେ ସମସ୍ତେ ଘର ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଉଲଗ୍ନ ଅବସ୍ଥାରେ ତଳେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ ପରେ ରେଞ୍ଜର ଥାନାରେ ଅଭିଯୋଗ କରିବା ସହ ସେଠାରେ ଆସି ପହଞ୍ଚିଥିଲେ । ପରେ ପୋଲିସ ଓ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଆସି ପହଞ୍ଚିଥିଲେ । ମୃତ ଡେପୁଟି ରେଞ୍ଜରଙ୍କ ଘର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବୋଲି ଜଣାପଡ଼ିଛି । ସେ ଗତ ଅକ୍ଟୋବର ମାସରେ ଏଠାରେ ଯୋଗଦେଇଥିଲେ କିଛିଦିନ ପାଇଁ ଛୁଟିରେ ଯାଇ ମଙ୍ଗଳବାର ଦିନ କ୍ୱାର୍ଟରକୁ ଫେରିଥିଲେ ।

Deputy Ranger Brajamohan Bhoi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ