Advertisment

ଜ୍ୱର ହେଲେ ମେଡ଼ିକାଲ ରେ ହେବ ୨ ଟେଷ୍ଟ, ଚିନ୍ତା ବଢାଉଛି ଡେଙ୍ଗୁ

କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍‌ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।

ଜ୍ୱର ହେଲେ ମେଡ଼ିକାଲ ରେ ହେବ ୨ ଟେଷ୍ଟ, ଚିନ୍ତା ବଢାଉଛି ଡେଙ୍ଗୁ

DENGUE_03

Advertisment

ଭୁବନେଶ୍ୱର: ଡେଙ୍ଗୁକୁ ନେଇ ବଢିଲା ସତର୍କତା। ଏଣିକି କୌଣସି ବ୍ୟକ୍ତି ଜ୍ୱର ହୋଇ ହସ୍ପିଟାଲ ଆସିଲେ ସାଙ୍ଗେ ସାଙ୍ଗେ ୨ଟି ଟେଷ୍ଟ କରାଯିବ। ମେଡ଼ିକାଲ ଆସିଥିବା ଆସିଥିବା ରୋଗୀଙ୍କ ଉଭୟ କୋଭିଡ୍ ଓ ଡେଙ୍ଗୁ ଟେଷ୍ଟ କରାଯିବ ବୋଲି କହିଲେ ଡିଏମ୍ଇଟି ସିବିକେ ମହାନ୍ତି । ଏହାସହ ଡେଙ୍ଗୁ ଷ୍ଟ୍ରେନ୍ ୪ ପ୍ରକାର ରହିଥିବା ନେଇ ମିଳିଛି ସୂଚନା। ଭୁବନେଶ୍ୱରରେ D1 ଷ୍ଟ୍ରେନ, ରାୟଗଡ଼ାରେ D2 ଷ୍ଟ୍ରେନ୍‌ ରହିଛି। ୨୦୧୫ରୁ ଡେଙ୍ଗୁ ଓଡ଼ିଶାରେ ଦେଖାଯାଉଛି, ତା ପାଇଁ ପଲିସି ବି ରହିଛି। ଡେଙ୍ଗୁ ମଶା ସକାଳେ ଓ ସଂଧ୍ୟାରେ କାମୁଡ଼ନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବସ୍ତି ନୁହେଁ ବରଂ ସଂଭ୍ରାନ୍ତ ଅଞ୍ଚଳର ଲୋକ ବେଶି ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ତେଣୁ ଏଥିପାଇଁ ସବୁ ସୋସାଇଟିମାନଙ୍କୁ ସଚେତନ ପାଇଁ କୁହାଯାଇଛି ବୋଲି କହିଛନ୍ତି ଡ଼ିଏମଇଟି ନିର୍ଦ୍ଦେଶକ । ସବୁ ସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବ ପାଇଁ କହିଛନ୍ତି ନିର୍ଦ୍ଦେଶକ।

Advertisment

ସେପଟେ, କରୋନା ସମୟରେ ଜଳବାହିତ ରୋଗ ଏବଂ ମଶାମାନଙ୍କ ଦ୍ୱାରା ସୃଷ୍ଚି ହେଉଥିବା ରୋଗକୁ ନେଇ ବଢ଼ିଲା ଚିନ୍ତା । କାରଣ କୌଣସି କରୋନା ଆକ୍ରାନ୍ତ ମଶା ଦ୍ୱାରା ହେଉଥିବା ଡେଙ୍ଗୁ କି ଚିକନ୍‌ଗୁନିଆ ଭଳି ରୋଗ କିମ୍ବା ଜଳବାହିତ ରୋଗର ଶିକାର ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସଜାଗ ରହିବାକୁ ସବୁ ରାଜ୍ୟକୁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଚ୍ଚରେ ଥିବା ବେଳେ ଡେଙ୍ଗୁ ଆନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ପ୍ରଶାସନର ମୁଣ୍ଡବଥା ବଢ଼ିଛି।

Advertisment

ମୋଟ୍‌ ଉପରେ ବର୍ଷା ଦିନେ ସଂକ୍ରମଣର ଡୁଆଲ ଚ୍ୟାଲେଞ୍ଜ୍। ଗୋଟିଏ ପଟେ କରୋନା କହର ଶେଷ ହୋଇନଥିବା ବେଳେ, ବର୍ଷା ଦିନେ ମଶାମାନଙ୍କ ଦ୍ୱାରା ବ୍ୟାପୁଥିବା ଚିକେନଗୁନିଆ,ଡେଙ୍ଗୁ , ମ୍ୟାଲେରିଆ ହେଉ ବା ଅନ୍ୟ ଜଳବାହିତ ରୋଗ ପ୍ରଶାସନ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ଏଥିପ୍ରତି ଅଧିକ ସତର୍କତାର ସହ ପଦକ୍ଷେପ ନେବା ପାଇଁ କୁହାଯାଇଛି। ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି। ସେ ଯାହାବି ହେଉ ଏବେ କେବଳ ସଚେତନ ହୋଇ ରହିବା ସହ ସୁରକ୍ଷିତ ରହିବାକୁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି।

Coronavirus Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ