Advertisment

ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ବେଡ୍

ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ଆଉ ୨୦ଟି ବେଡ୍। ଫଳରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବେଡ୍ ସଂଖ୍ୟା ୫୦ରୁ ୭୦କୁ ବଢ଼ିବ।

ଅଦ୍ୟତନ ହୋଇଛି
Dengue beds in Capital Hospital to be increased

Dengue beds in Capital Hospital to be increased

Advertisment

ଡେଙ୍ଗୁ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବଢ଼ାଯିବ ଆଉ ୨୦ଟି ବେଡ୍। ଫଳରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବେଡ୍ ସଂଖ୍ୟା ୫୦ରୁ ୭୦କୁ ବଢ଼ିବ। ଏହାସହ କୋଭିଡ୍‌ ଭଳି ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କ୍ୟାପିଟାଲ ହସ୍ପିଟାଲ ବୁଲି ଡେଙ୍ଗୁ ସ୍ଥିତି ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ଟି ବେଡ୍ ଥିବାବେଳେ ୫୨ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ବେଡ୍‌ର ଅଭାବ ଥିଲେ ବି ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ପ୍ଲେଟ୍‌ଲେଟ୍‌ ଓ ଟେଷ୍ଟିଂ କିଟ୍ ମହଜୁଦ ରହିଛି। ଲୋକମାନେ ଭୟଭୀତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲକୁ ଏବେ ପ୍ରତିଦିନ ୫ ଶହ ରୋଗୀ ଡେଙ୍ଗୁ ପରୀକ୍ଷା ପାଇଁ ଆସୁଥିବା ହସ୍ପିଟାଲର ଉପ ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି।

Advertisment
Dengue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ