Advertisment

ପୁରୀର ନାମ ପରିବର୍ତ୍ତନ ନେଇ ଉଠିଲା ଦାବି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ।

ଅଦ୍ୟତନ ହୋଇଛି
undefined

Puri Srimandir

Advertisment

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ।

Advertisment

ଏହି ଦାବିକୁ ଗଜପତି ମହାରାଜାଙ୍କ ସମେତ ମୁଖ୍ୟପ୍ରଶାସକ ଗ୍ରହଣ କରି ଆଇନ ଅନୁଯାୟୀ ଦାବି ଉପସ୍ଥାପନ କରାଯିବା ଉପରେ ଗୁରୁତ୍ୱ ଦେଇଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି।  

ପୁରୀ ନାମ ପରିର୍ତ୍ତନ ଦାବିକୁ ସମସ୍ତେ ଗ୍ରହଣ କରିଛନ୍ତି ଏବଂ ଉଚ୍ଚସ୍ତରରେ ଆଲୋଚନା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ‘ଶ୍ରୀଜଗନ୍ନାଥ ପୁରୀ’ ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଥିବା ବେଳେ ‘ଶ୍ରୀଜଗନ୍ନାଥ ଧାମ ପୁରୀ’ ପାଇଁ ଶ୍ରୀଜଗନ୍ନାଥ ସେନା ଦାବି ଉଠାଇଛି। ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ଶ୍ରୀଜଗନ୍ନାଥ କ୍ଷେତ୍ର, ନୀଳାଦ୍ରି ବିହାରୀ କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ଭାବେ ପୁରୀ ଜଣାଶୁଣା।  

Advertisment

ସେପଟେ ଶ୍ରୀଜଗନ୍ନାଥ ମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଓକଲି ସଂଘର ଦାବି କରିଛି। ପୁରୀ ଓକିଲ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି।  

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ