Advertisment

ଜଙ୍ଗଲଜମି ପଟ୍ଟା ନଦେଲେ ଆଗକୁ ଉଗ୍ର ହେବ ଆନ୍ଦୋଳନ

ମିଳିନି ଜଙ୍ଗଲପଟ୍ଟା ଜମି, ଆନ୍ଦୋଳନ ପାଇଁ ଧମକ ଦେଲେ ଆଦିବାସୀ

Forest Issue

Forest Issue

Advertisment

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ୱୀକୃତି)ଆଇନ ,୨୦୦୬ ପ୍ରଣୟନ ହେବାର ୧୫ ବର୍ଷ ବିତିଗଲାଣି। କିନ୍ତୁ ଅଦ୍ୟାବଧି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟାମିଳି ପାରିନାହିଁ।ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ବୋଡେ଼ନ ବ୍ଲକର କୋଟ ଗାଁରେ ଜଙ୍ଗଲ ଜମିପଟ୍ଟା ପାଇବାକୁଥିବା ବନବାସୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକେ ଏଥିରେ ସାମିଲ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ବିଶେଷ କରି ବିଭିନ୍ନ ଗୋଷ୍ଠୀ ପଟ୍ଟା ପାଇବାରେ ଅସୁବିଧା ସୃଷ୍ଟି ହେଉଥିବାରୁ ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା। ଏହି ବୈଠକରେ ସ୍ଥାନୀୟ ବନପାଳ, WEO ଓ ଅନ୍ୟ ପଦାଧିକାରୀ ଯୋଗଦେଇ ସମସ୍ୟା ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଆଇନ ଅନୁସାରେ, କୌଣସି ଲୋକ କିମ୍ବା ସମ୍ପ୍ରଦାୟ ଯିଏକି ୧୩ ଡିସେମ୍ବର ୨୦୦୫ ମସିହା ପୂର୍ବରୁ ତିନି ପିଢ଼ି ଧରି ଜଙ୍ଗଲରେ ରହି ଆସୁଛନ୍ତି ଓ ଜଙ୍ଗଲ ଜମି ଉପରେ ଜୀବନ ଜୀବିକା ପାଇଁ ନିର୍ଭରଶୀଳ ଅଟନ୍ତି। ସେମାନେ ଏହି ଜମିର ପଟ୍ଟା ପାଇବା ପାଇଁ ହକଦାର ଅଟନ୍ତି। ଏହାଦ୍ୱାରା ଜଙ୍ଗଲରେ ବାସ କରୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଅଧିକାରର ସୁରକ୍ଷା ସହ ଜୈବ ବିବିଧତାର ଚିରନ୍ତନ ବ୍ୟବହାର, ଜଙ୍ଗଲ ସୁରକ୍ଷା, ପରିବେଶ ସନ୍ତୁଳନ ଆଦି ହୋଇପାରିବ।ଏନେଇ ବୋଡେ଼ନ ବନପାଳ ଦୁର୍ଯ୍ୟୋଧନ ଦୀକ୍ଷିତ ଓ W E O ହିମାଂଶୁ ଶେଖର କୁମ୍ଭାର ଅତିଶୀଘ୍ର ଯୋଗ୍ୟ ହିତାଧିକାରୀ ପଟ୍ଟା ପାଇପାରିବେ ବୋଲି କହିଥିଲେ।

Advertisment
Forest Land
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ