Advertisment

ଚାଷୀଙ୍କ କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି ଧାନ ଫସଲ

ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।

Defunct Check Dams

Defunct Check Dams

Advertisment

ଗୁଣୁପୁର: ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ସଠିକ୍ କେନାଲ ସୁବିଧା ନଥିବାରୁ ଚାଷ ଜମିକୁ ପାଣି ଯାଇପାରୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ୍ ଅନ୍ତର୍ଗତ ଶଗଡା ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଜମିରେ ଧାନ କେଣ୍ଡା ଲହଡ଼ି ମାରୁଛି। ହେଲେ ପାଣି ନଥିବାରୁ ଚାଷ ଜମି ଫାଟି ଆଁ କରିଛି। ପଟା ନାଳ ଉପରେ ଥିବା ୩ ନମ୍ବର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଅବସ୍ଥା ଶୋଚନୀୟ। ୧ ଓ ୨ ନମ୍ବର ପ୍ରକଳ୍ପର ବି ସମାନ ଅବସ୍ଥା। ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଏବେ ଦିଗହରା ହୋଇଛି। କେନାଲ ବନ୍ଧ ଗୁଡିକ ନଷ୍ଟ ହୋଇ ଯାଇଥିବାରୁ ଡ୍ୟାମ୍ ପାଣି ଚାଷ ଜମିରେ ପହଞ୍ଚି ପାରୁନି। ଫଳରେ ପାଣି ଅଭାବରୁ ଧାନ କେଣ୍ଡା ଅଗାଡ଼ି ହେବାକୁ ବସିଲାଣି। ତେବେ ଏନେଇ ବହୁବାର କ୍ଷୁଦ୍ର ଜଳସେଚନ ବିଭାଗରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି। 

Advertisment

ରବି ଋତୁରେ ଅଞ୍ଚଳର ୨୦୦ ଏକର ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଗୁଣୁପୁର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା। ହେଲେ ବିଗତ ୧୦ ବର୍ଷ ହେବ ଏଭଳି ଅବସ୍ଥାରେ ଅଛି ପ୍ରକଳ୍ପର ଭାଗ୍ୟ। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଗୁଣୁପୁର ବ୍ଳକ୍‌ରେ ୧୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ସବୁ ପ୍ରକଳ୍ପର ଏଭଳି ସମାନ ଅବସ୍ଥା ବୋଲି ଦେଖିବାକୁ ମିଳିଛି। ସେପଟେ ଏନେଇ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, କ୍ରିଟିକାଲ ଗ୍ରାଣ୍ଟରେ ଟେଣ୍ଡର ଆହ୍ୱାନ କରାଯାଇଛି। ଖୁବ୍‌ଶୀଘ୍ର ମରାମତି କାମ ଆରମ୍ଭ ହେବ। 

Farmers Defunct Check Dam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ