Advertisment

କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

ଅଦ୍ୟତନ ହୋଇଛି
କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

Dengue

Advertisment

ଭୁବନେଶ୍ୱର: ଜାନୁୟାରୀରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋକିବାକୁ ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି । ଚଳିତ ମାସରେ ଏପର୍ଯ୍ୟନ୍ତ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେଣୁ ଘର ଚାରି ପାଖ ସଫା ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଡେଙ୍ଗୁ ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ। ଜ୍ୱର ସହ ଗୋଡ ହାତ ଘୋଳା ବିନ୍ଧା ହେଲେ କେବଳ ସରକାରୀ ମେଡିକାଲରେ ଡେଙ୍ଗୁ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

Advertisment

ସେପଟେ, ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୧୯୫ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୭୫ ଲୋକାଲ କେସ ଥିବା ରାଜ୍ୟ ସୂଚନ ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟରୁ ଜଣାଯାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ବାହାରିଛନ୍ତି ୩୧୯ ଜଣ ପଜିଟିଭ।

Advertisment

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨,୫୬୩ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୪୯,୯୨୯ କୁ ଛୁଇଁଥିବାବେଳେ ଆଜି ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି ୯,୨୩,୨୦୯ ଜଣ। ଏବେ ରାଜ୍ୟରେ ଆକ୍ଟିଭ କେସ ରହିଛି ୨୧,୭୪୧। ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା୪,୯୨୫ଛୁଇଁଛି।

Odisha News Dengue Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ